Categories: ଜାତୀୟ

ଚାଇନାରେ ରହସ୍ୟମୟ ରୋଗରେ ପୀଡିତ ହେଉଛନ୍ତି ଲୋକେ, ରାଜ୍ୟ ମାନଙ୍କୁ ସତର୍କ ରହିବାକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬।୧୧: ଚାଇନାରେ ବୟସ୍କଙ୍କ ଠାରୁ ଆରମ୍ଭ କରି ଶିଶୁ ମାନଙ୍କୁ ମାଇକୋପ୍ଲାଜମା ନିମୋନିଆ ଏବଂ ଇନ୍‌ଫ୍ଲୁଏଞ୍ଜା ଫ୍ଲୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ମଧ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛି ଏବଂ ଚାଇନାଠାରୁ ଏହି ରୋଗ ସମ୍ବନ୍ଧରେ ସୂଚନା ମାଗିଛନ୍ତି। ଏବେ ଏହାକୁ ନେଇ ଭାରତ ସରକାର ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟ ମୋଡକୁ ଆସିଛନ୍ତି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଡାକ୍ତରଖାନାର ପ୍ରସ୍ତୁତି ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହା ମଧ୍ୟ କହିଛନ୍ତି ଯେ ଚାଇନାରେ ପିଲାମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଉପରେ କଡ଼ା ନଜର ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କହିଛନ୍ତି।

ମନ୍ତ୍ରାଳାୟ ପକ୍ଷରୁ ସମସ୍ତ ରାଜ୍ୟକୁ ବର୍ତ୍ତମାନ ସ୍ଥିତି ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ଏହା ସହିତ ଥଣ୍ଡା ଜ୍ୱର ଭଳି ରୋଗକୁ ସୀତା ଋତୁରେ ସତର୍କତାର ସହିତ ନଜର ରଖିବାକୁ କହିଛନ୍ତି।

ମନ୍ତ୍ରାଳାୟ ପକ୍ଷରୁ ସମସ୍ତ ରାଜ୍ୟକୁ ବର୍ତ୍ତମାନ ସ୍ଥିତି ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ଏହା ସହିତ ଥଣ୍ଡା ଜ୍ୱର ଭଳି ରୋଗକୁ ସୀତା ଋତୁରେ ସତର୍କତାର ସହିତ ନଜର ରଖିବାକୁ କହିଛନ୍ତି। ସେହିଭଳି ମେଡିକାଲ ଗୁଡିକରେ ବେଡ, ଔଷଧ, ଅମ୍ଳଜାନ, ଆଣ୍ଟିବାୟୋଟିକ ଏବଂ ପିପିଇ କିଟ୍ ଆଦି ଯାଞ୍ଚ କରିବାକୂନିର୍ଦେଶ ଦେଇଛନ୍ତି।

Share