Posted inଜାତୀୟ

ହଠାତ୍‌ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷା ବଢ଼ାଇଲା ଦିଲ୍ଲୀ ପୋଲିସ, କି ବିପଦ ପଡ଼ିଲା?

ନୂଆଦିଲ୍ଲୀ,୪।୭: ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ବିରୋଧୀ ଦଳର ଏହି ନେତାଙ୍କ ଆବାସ ବାହାରେ ସାମରିକ ବାହିନୀର ଏକ ଟିମ୍‌ ଏବଂ ଦିଲ୍ଲୀ ପୋଲିସର ଅନେକ ଟିମ୍‌ ନିୟୋଜିତ ହୋଇଛନ୍ତି। ମଙ୍ଗଳବାର ଦକ୍ଷିଣପନ୍ଥୀ ଗୋଷ୍ଠୀ ଦ୍ୱାରା ବିଶୃଙ୍ଖଳିତ କାର୍ଯ୍ୟକଳାପ ନେଇ ଗୁପ୍ତ ସୂଚନା ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କ’ଣ ରହିଛି ବିପଦ?
ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତାମାନେ ରାହୁଲଙ୍କ ବାସଭବନ ବାହାରେ ପ୍ଲାକାର୍ଡ କିମ୍ବା ହୋର୍ଡିଂ ଧରି ବିକ୍ଷୋଭ କରିପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି। ଏଣୁ ଦିଲ୍ଲୀ ପୋଲିସକୁ ତାଙ୍କ ବାସଭବନ ଆଖପାଖରେ ୨୪ ଘଣ୍ଟିଆ ଦୃଷ୍ଟି ରଖିବାକୁ କୁହାଯାଇଛି। ରାହୁଲଙ୍କୁ ସିଆର୍‌ପିଏଫ୍‌ କର୍ମଚାରୀଙ୍କ ଅଧୀନରେ ଏଲ୍‌ ବର୍ଗ ସହ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଉଛି।

ରାହୁଲଙ୍କ ‘ହିନ୍ଦୁ’ ବୟାନକୁ ନେଇ ବିବାଦ:
ଲୋକ ସଭାରେ ବିରୋଧୀ ଦଳ ନେତା ଭାବେ ରାହୁଲ ନିଜର ପ୍ରଥମ ଭାଷଣରେ ଭାଜପାକୁ କଟାକ୍ଷ କରି ବିବାଦକୁ ଆସିଛନ୍ତି। ସେ କହିଥିଲେ, ଯେଉଁମାନେ ନିଜକୁ ହିନ୍ଦୁ ବୋଲିକହୁଛନ୍ତି ସେମାନେ ଦିନରାତି ହିଂସା ଏବଂ ଘୃଣା କରନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗମ୍ଭୀର ବିଷୟ ବୋଲି କହିଥିଲେ। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ବୟାନକୁ ନେଇ ରାହୁଲଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ।

ରାହୁଲଙ୍କ ବୟାନକୁ ବିରୋଧ:
ରାହୁଲଙ୍କ ଭାଷଣ ବିରୋଧରେ ଉକ୍ତ ଦିନ ଅହମ୍ମଦାବାଦର ଗୁଜରାଟ କଂଗ୍ରେସ ମୁଖ୍ୟାଳୟ ରାଜୀବ ଗାନ୍ଧୀ ଭବନରେ କଂଗ୍ରେସ ଏବଂ ଭାଜପା କର୍ମୀ ମୁହାଁମୁହିଁ ହୋଇଥିଲେ। ବୁଧବାର ରାହୁଲଙ୍କ ବୟାନକୂ ନେଇ ଭାଜପା ନେତା ଏବଂ କର୍ମୀମାନେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏପରିକି ତାଙ୍କଠାରୁ କ୍ଷମା ମାଗିଥିଲେ। ଉକ୍ତ ବିକ୍ଷୋଭକାରୀ ଜୟସଲମର୍‌ ହାଉସ୍‌ ନିକଟରେ ଏକାଠି ହୋଇ ରାହୁଲ ଏବଂ କଂଗ୍ରେସ ବିରୋଧରେ ସ୍ଲୋଗାନ ଦେଇ ଆକବର ରୋଡ୍‌ରେ ଥିବା କଂଗ୍ରେସ ମୁଖ୍ୟାଳୟ ଆଡକୁ ଯିବାକୁ ଚେଷ୍ଟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଘେରରେ କାଜିରଙ୍ଗା ଜାତୀୟ ଉଦ୍ୟାନ; ୧୧୪ ବନ୍ୟଜନ୍ତୁ ମୃତ

ଗୁଆହାଟୀ, ୬।୭: ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ବାଦ୍‌ ପଡ଼ିନାହିଁ। ଏହି ଭୟଙ୍କର ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନର ୧୧୪ ବନ୍ୟଜନ୍ତୁଙ୍କର...

ଜମ୍ମୁ-କଶ୍ମିରରେ ଏନକାଉଣ୍ଟର; ଦୁଇ ଯବାନ ଶହୀଦ, ୪ ଆତଙ୍କୀ ନିପାତ

ନୂଆଦିଲ୍ଲୀ,୬।୭: ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ସେନାର ପ୍ରତିଜବାବରେ ଚାରି ଆତଙ୍କୀ ମଧ୍ୟ...

ପ୍ରଥମ ଦେଖାରେ ପଡ଼ିଥିଲେ ପ୍ରେମରେ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବା ବେଳେ ସ୍ମୃତିକୁ ମନେ ପକାଇ କାନ୍ଦିଲେ ଶହୀଦ ଅଂଶୁମାନଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୬ା୭: ସେନା ମେଡିକାଲ କୋର୍‌ର କ୍ୟାପଟେନ ଅଂଶୁମାନ ସିଂ ଶହୀଦ ହେବା ପରେ ତାଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏକ ଧଳା ଶାଢ଼ି ପିନ୍ଧି...

ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା: ତଳେ ବହୁ ଲୋକ ଚାପି ହୋଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ଗାନ୍ଧୀନଗର,୬ା୭: ଗୁଜରାଟର ସୁରଟରେ ଶନିବାର ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଅନେକ ଲୋକ ଏହା ତଳେ ଫସି ରହିଥିବା ଅନୁମାନ କରାଯାଉଛି।...

ରାଜନୈତିକ ଭବିଷ୍ୟତ ଶେଷ ହୋଇଯିବା ଭୟରେ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିଲେନି ମୋଦି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୬।୭: ରାମମନ୍ଦିର ପ୍ରତିଷ୍ଠା କରି ସମସ୍ତ ହିନ୍ଦୁ ସଂପ୍ରଦାୟ ଭାଜପା ସପକ୍ଷରେ ଥିବା ଅନୁମାନରେ ଅଯୋଧ୍ୟାରୁ ଲୋକ ସଭା ନିର୍ବାଚନ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି, କହିଲେ ରଣନୀତିକ ଭାଗିଦାରୀକୁ…

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏଥିସହିତ ମୋଦି ଷ୍ଟାର୍ମରଙ୍କୁ ଅଭିନନ୍ଦନ...

ଆସିବ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌ ଆସିବ। ଏହି ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପନ କରାଯିବ ବୋଲି ଶନିବାର କେନ୍ଦ୍ରୀୟ...

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri