Categories: ଜାତୀୟ

ଶ୍ରୀଲଙ୍କାଙ୍କୁ ୪୪ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ପଠାଇଲା ଭାରତ

ନୂଆଦିଲ୍ଲୀ,୧୨।୭: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଜାରି ରହିଛି। ଆର୍ଥିକ ସଙ୍କଟ ଯୋଗୁ ଦରଦାମ୍‌ ବୃଦ୍ଧି ପାଇବା ସହ ଘୋର ଅଭାବର ଶୀକାର ହେଉଛନ୍ତି ଦେଶବାସୀ। ଫଳରେ ମାନବିକତା ଦୃଷ୍ଟିରୁ ଭାରତ ଲଗାତର ଭାବେ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଉଛି। ଇତିମଧ୍ୟରେ ଘରୋଇ ଆବଶ୍ୟକତା ପୂରଣ ପାଇଁ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ୪୪ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ପଠାଯାଇଥିବା ଜଣାପଡ଼ିଛି। ଏନେଇ କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ୟୁରିଆ ବର୍ତ୍ତମାନ ଓ ପରବର୍ତ୍ତୀ ଫସଲ ଚାଷରେ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ।

Share