ଚେନ୍ନାଇ,୧୫।୨: ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜାରି ରହିଛି। ସୋମବାର ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆ ଇଂଲଣ୍ଡ ସାମ୍ନାରେ ୪୮୨ ରନ୍ର ବିଜୟ ଲକ୍ଷ ରଖିଛି। ଅଦତ୍ନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଏବଂ ଆର୍ ଅଶ୍ୱିନଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ରେ ଅଲଆଉଟ୍ ହୋଇଥିଲା। ଭାରତର ପ୍ରଥମ ଇନିଂସରେ ଦଳର ସ୍କୋର ୩୨୯ ରନ ଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୧୩୪ ରନ ସ୍କୋର କରି ଆଉଟ ହୋଇଥିଲେ। ପ୍ରଥମ ଇନିଂସ ଆଧାରରେ ଭାରତ ୧୯୫ ରନର ଏକ ଅଗ୍ରଣୀ ହାସଲ କରିଥିଲା। ଅଫ ସ୍ପିନର ଆର ଅଶ୍ୱିନ ଏକ ସ୍ପିନର ସହାୟକ ପିଚ୍ରେ ଭାରତ ପାଇଁ ସର୍ବାଧିକ ୫ଟି ଉଇକେଟ ନେଇଥିଲେ। ଏହି ଟେଷ୍ଟ ସିରିଜ୍ ଇଂଲଣ୍ଡ ୧-୦ ଆଗୁଆ ରହିଛି।