Categories: ଖେଳ

ଭାରତକୁ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୫୦ ଓଭରରେ ୭ ଉଇକେଟ ହରାଇ ୩୫୨ ରନ ସ୍କୋର କରିଥିଲା। ଫଳରେ ଭାରତକୁ ୩୫୩ ରନ୍‌ର ଲକ୍ଷ୍ୟ ମିଳିଛି। କଙ୍ଗାରୁ ଦଳ ଡେଭିଡ ୱାର୍ନର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ ଏବଂ ମାର୍ନସ ଲାବୁସାନେ ଅର୍ଦ୍ଧଶତକୀୟ ଇନିଂସ ଦେଖିଥିଲେ। ବୋଲିଂରେ ଜସପ୍ରୀତ ବୁମ୍‌ରା ଭାରତ ପକ୍ଷରୁ ୨ ଉଇକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ ଉଇକେଟ ନେଇଥିଲେ।

Share