ରୁଷିଆକୁ ଝଟ୍‌କା ଦେଲା ଭାରତ

ନ୍ୟୁୟର୍କ,୧୧।୧୦: ୟୁକ୍ରେନ ସଙ୍କଟ ମାମଲାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଗୁପ୍ତ ମତଦାନ ପାଇଁ ଦାବିକୁ ଭାରତ ପୁଣି ଥରେ ପ୍ରତ୍ୟାଖ୍ୟାନ କରିଛି। ୟୁକ୍ରେନର ଚାରୋଟି ଅଞ୍ଚଳକୁ ବେଆଇନ ଦଖଲ ପାଇଁ ରୁଷିଆ ବିରୋଧରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ଡ୍ରାଫ୍ଟ ପ୍ରସ୍ତାବ ଅଣାଯାଇଥିଲା। ଏହି ପ୍ରସ୍ତାବରେ ରୁଷିଆକୁ ନିନ୍ଦା କରିବା ପାଇଁ ଖୋଲା ଭୋଟ ଦାବି କରାଯାଇଥିଲା, କିନ୍ତୁ ପୁଟିନ ଏଥିପାଇଁ ଗୁପ୍ତ ମତଦାନ ଦାବିରେ ଜିଦ ଧରିଥିଲେ, ଯାହାକୁ ଭାରତ ପ୍ରତ୍ୟାଖ୍ୟାନ କରି ବିପକ୍ଷରେ ଭୋଟ ଦେଇଛି। ଏହି ଡ୍ରାଫ୍ଟ ପ୍ରସ୍ତାବ ଆଲବନିଆ ଆଣିଥିଲା।
ଏକ ଗୁପ୍ତ ଭୋଟ ପାଇଁ ମସ୍କୋର ଦାବିକୁ ଭାରତ ସମେତ ଜାତିସଂଘର ୧୦୭ ସଦସ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗୁପ୍ତ ମତଦାନ ପାଇଁ ରୁଷିଆ ଆହ୍ବାନକୁ କେବଳ ୧୩ଟି ଦେଶ ଭୋଟ ଦେଇଥିବା ବେଳେ ୩୯ଟି ମତଦାନ କରିନାହାଁନ୍ତି।

Share