ଭାରତ ସହିତ ବନ୍ଧୁତା ବଢାଇବା ପାଇଁ ଆମେରିକାର ସ୍ବାର୍ଥପର ଖେଳ: ଚାଇନା

ବେଜିଂ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚାଇନା କହିଛି, ଆମେରିକା ଭାରତ ସହ ସମ୍ପର୍କକୁ ମଜବୁତ କରୁଛି, କାରଣ ସେ ଚାଇନା ଆର୍ଥିକ ବିକାଶକୁ ବନ୍ଦ କରି ନିଜେ ଆଗକୁ ବଢିବାକୁ ଚାହୁଁଛି। ଚାଇନା ବରିଷ୍ଠ କୂଟନୀତିଜ୍ଞ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଆମେରିକାର ରଣନୀତି ବିଫଳ ହେବ, କାରଣ ଭାରତ କିମ୍ବା ଅନ୍ୟ କୌଣସି ଦେଶ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଚାଇନାକୁ ପଛରେ ପକାଇପାରିବେ ନାହିଁ।

ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ଭାବେ ପରିଗଣିତ ହୋଇଥିବା ଗ୍ଲୋବାଲ ଟାଇମ୍ସରେ ୱାଙ୍ଗ ୟିଙ୍କ ଆର୍ଟିକିଲ ପ୍ରକାଶ ପାଇଛି। ଯେଉଁଥିରେ ଭାରତକୁ ଧମକପୂର୍ଣ୍ଣ ସ୍ବରରେ ଆମେରିକାଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି। ୱାଙ୍ଗ ୟି ଲେଖିଛନ୍ତି- ଭାରତ ଆମେରିକାର ଭୌଗୋଳିକ, ରାଜନୈତିକ ପ୍ରୟୋଗରୁ ଦୂରେଇ ରହିବା ଉଚିତ୍‌। ଚାଇନାକୁ ରୋକିବା ପାଇଁ ଆମେରିକା ଏହି ସ୍ବାର୍ଥପର ଖେଳ ଖେଳୁଛି, କିନ୍ତୁ ଭାରତକୁ ସେମାନଙ୍କ ସହିତ ନୁହେଁ ବରଂ ଚାଇନା ସହିତ ବାଣିଜ୍ୟ ଏବଂ ଅର୍ଥନନୈତିକ ସହଯୋଗ ବୃଦ୍ଧି କରିବା ଉଚିତ୍‌।

Share