Categories: ଜାତୀୟ

ପାଲେଷ୍ଟାଇନ ସହ ମଧ୍ୟ ଭାରତ ଠିଆ ହେବା ଉଚିତ: ଶଶି ଥରୁର

ନୂଆଦିଲ୍ଲୀ,୧୧।୧୦: ଇସ୍ରାଏଲ ଉପରେ ହମାସର ଆକ୍ରମଣ କ୍ରମାଗତ ପଞ୍ଚମ ଦିନରେ ପହଞ୍ଚିଛି। ବର୍ତ୍ତମାନ ଏହି ଯୁଦ୍ଧକୁ ନେଇ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ବୁଧବାର ଆସାମର ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱ ସାରମା ପାଲେଷ୍ଟାଇନ ସମ୍ପର୍କରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ପ୍ରସ୍ତାବ ଉପରେ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେମାନଙ୍କର (କଂଗ୍ରେସ) ବିବୃତ୍ତି ପାକିସ୍ତାନ ଏବଂ ତାଲିବାନ ଭଳି।
ଏହା ଉପରେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ପାଲେଷ୍ଟାଇନକୁ ମଧ୍ୟ ଭୁଲିଯିବା ଉଚିତ ନୁହେଁ। ପାଲେଷ୍ଟାଇନ ସହ ଭାରତ ମଧ୍ୟ ଠିଆ ହେବା ଉଚିତ। ମୁଁ ଗାଣିଛି ଭାଜପା ରାଜନୈତିକ ପଏଣ୍ଟ ହାସଲ କରିବାକୁ ଚେଷ୍ଟା କରୁଛି।
ପାଲେଷ୍ଟାଇନ୍‌ର ହମାସ ଆତଙ୍କବାଦୀ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି କଷ୍ଟ ସମୟରେ ଭାରତର ଲୋକମାନେ ତାଙ୍କ ଦେଶ ସହ ଛିଡା ହୋଇଥିବା ସେ ଆଶ୍ୱାସନା ଦେଇଛନ୍ତି।

Share