Categories: ଜାତୀୟ

ରୁଷିଆ ବିରୋଧୀ କଟକଣାରେ ସାମିଲ ହେଉ ଭାରତ: ଲିଜ୍‌ ଟ୍ରୁସ୍‌

ନୂଆଦିଲ୍ଲୀ,୧ା୪: ଏପ୍ରିଲରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଗୁରୁବାର ତାଙ୍କ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ଦିଲ୍ଲୀ ଆସିଛନ୍ତି। ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିବା ପୂର୍ବରୁ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଲିଜ୍‌ କହିଛନ୍ତି, ରୁଷିଆ ବିରୋଧରେ କଟକଣା ଜାରି କରିବାରେ ଭାରତ ମଧ୍ୟ ସାମିଲ ହେବା ଉଚିତ। ତେବେ ଭାରତ କ’ଣ କରିବ ତାହା ନୂଆଦିଲ୍ଲୀ ଉପରେ ନିର୍ଭର କରେ। ଜୟଶଙ୍କର କହିଛନ୍ତି, ପ୍ରତ୍ୟେକ ରାଷ୍ଟ୍ରର ନିଜସ୍ବ ସାର୍ବଭୌମ ନିଷ୍ପତ୍ତି ରହିଛି। ଏକତରଫା କଟକଣାକୁ ଭାରତ ମାନିବ ନାହିଁ। ମ୍‌ୁମ୍ବାଇରେ ଥିବା ରୁଷିଆର ଏକ କେନ୍ଦ୍ରୀୟ ଆର୍ଥିକ ସଂସ୍ଥା ଗୋଷ୍ଠୀଠାରୁ ଭାରତ ତେଲ କିଣିବା ପାଇଁ ଆଲୋଚନା କରୁଛି।

Share