Categories: ଖେଳ

ପୃଥ୍ବୀ ଶ’ଙ୍କ ବିକଳ୍ପ କେ.ଏଲ୍‌; ଶାମିଙ୍କ ସ୍ଥାନରେ ଖେଳନ୍ତୁ ନବଦୀପ

ନୂଆଦିଲ୍ଲୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌ର ଓପନିଂକୁ ନେଇ ପ୍ରଶ୍ନ ଉଠୁଛି। ଏବେ ପୃଥ୍ବୀ ଶଙ୍କ ସ୍ଥାନରେ କେ.ଏଲ୍‌. ରାହୁଲଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ଭାରତୀୟ ଟେଷ୍ଟ ଟିମ୍‌ର ପୂର୍ବ ଓପନର୍‌ ଆକାଶ ଚୋପ୍ରା। ଏଥିସହ ସେ ମହମ୍ମଦ ଶାମିଙ୍କ ସ୍ଥାନରେ ନବଦୀପ ଭଲ ବିକଳ୍ପ ବୋଲି କହିଛନ୍ତି।

୮ ଉଇକେଟରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ଭାବେ ପରାସ୍ତ ହେବା ପରେ ଭାରତୀୟ ଦଳକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଦଳଗତ ଭାବେ ସର୍ବନିମ୍ନ ରନ୍‌ କରିବାକୁ ନେଇ ଅଧିନାୟକ ବିରାଟ ଏବଂ ଅନ୍ୟ ଖେଳାଳି ଚାପରେ ଅଛନ୍ତି। ବିଶେଷକରି ଓପନର୍‌ ମୟଙ୍କ ଅଗ୍ରଓ୍ବାଲ ଏବଂ ପୃଥ୍ବୀ ନିରାଶ କରିଛନ୍ତି ବୋଲି ପ୍ରଶଂସକମାନେ ମତ ରଖୁଛନ୍ତି। ପୃଥ୍ବୀ ପ୍ରଥମ ପାଳିରେ ଖାତା ଖୋଲିପାରି ନ ଥିବା ବେଳେ ଦ୍ୱିତୀୟରେ ୪ ରନ୍‌ କରିଥିଲେ। ଏହି ଦୁଇ ଖେଳାଳିଙ୍କ ବ୍ୟତିତ ମହମ୍ମଦ ଶାମି ଆହତ ହେବା ଯୋଗୁ ସିରିଜରୁ ବାହାରିଛନ୍ତି। ଫଳରେ ଭାରତୀୟ ଟିମ୍‌ର ଚିନ୍ତା ବଢ଼ିଯାଇଛି। ପୂର୍ବରୁ ପୂର୍ବ ଅଧିନାୟକ ସୁନିଲ ଗାଭାସ୍କର କେ.ଏଲ୍‌ଙ୍କୁ ଓପନିଂ ସୁଯୋଗ ଦିଆଯାଉ ବୋଲି କହିଥିବା ବେଳେ ଏବେ ଆକାଶ ତାହା କହିଛନ୍ତି।

Share