ସାଜିଦ୍‌ ମିର ଘଟଣାରେ ଚାଇନାକୁ ନିନ୍ଦା କଲା ଭାରତ

ଜାତିସଂଘ,୨୧।୬: ମୁମ୍ବାଇ ତାଜ୍‌ ହୋଟେଲ୍‌ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍ମର-ଇ-ତୋଇବା ଆତଙ୍କବାଦୀ ସାଜିଦ୍‌ ମିରଙ୍କୁ କଳା ତାଲିକା ଭୁକ୍ତ କରିବା ପ୍ରସ୍ତାବକୁ ମଙ୍ଗଳବାର ଚାଇନା ରଦ୍ଦ କରିଛି। ଏନେଇ ପ୍ରତିକ୍ରିୟା କରିଛି ଭାରତ।

ଏନେଇ ଜାତିସଂଘରେ ଚାଇନାର ଏହି ପଦକ୍ଷେପକୁ ନିନ୍ଦା କରିଛି ଭାରତ। ଏଥିସହ ଭାରତ ଉଭୟ ପାକିସ୍ତାନ ଏବଂ ଚାଇନାକୁ ଆଇନା ଦେଖାଇଛି। ଜାତିସଂଘରେ ଆତଙ୍କବାଦୀ ସାଜିଦ୍‌ ମିରଙ୍କ ଏକ ଅଡିଓ କ୍ଲିପକୁ ଅନ୍‌ ଏୟାର୍‌ କରିଛି।

ଏହି ଅଡିଓ କ୍ଲିପ୍‌ରେ ଆତଙ୍କବାଦୀ ସାଜିଦ୍‌ ମିର ତାଙ୍କ ଅନ୍ୟ ଆତଙ୍କବାଦୀଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଉଥିବାର ଶୁଣିବାକୁ ମିଳିଛି।
ସେ କହୁଛନ୍ତି, ଯେଉଁଁଠାରେ କିଛି ଶଦ୍ଦ କିମ୍ବା ଲୋକ ଚଳାଚଳ କରୁଥିବାର ଦେଖିବାକୁ ପାଉଛନ୍ତି। କିମ୍ବା ଯେଉଁମାନେ ଛାତ ଉପରକୁ ଆସୁଛନ୍ତି। ସେମାନଙ୍କ ଉପରେ ଗୁଳି ଚଳାନ୍ତୁ। ସେମାନଙ୍କୁ ଜଣା ନାହିଁ ଏଠାରେ କ’ଣ ହେଉଛି। ତେବେ ଏହାର ପ୍ରତ୍ୟୁତ୍ତରରେ ସେପଟେ ଇନଶାଆହ୍ଲା କହୁଥିବାର ଶୁଣିବାକୁ ମିଳିଛି।

Share