Categories: ଖେଳ

କ୍ୟାପଟେନ୍‌ ସମେତ ୬ ଜଣଙ୍କୁ କୋଭିଡ୍‌

ତ୍ରିନିଦାଦ,୧୯।୧: ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଅଧିନାୟକ ୟଶ ଧୁଲ, ତାଙ୍କ ଡେପୁଟି ଶେଖ ରାଶିଦ ଓ ସେମାନଙ୍କ ୪ ଜଣ ସାଥି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ସେମାନଙ୍କୁ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଛି। ଅଧିନାୟକ ଓ ଉପଅଧିନାୟକଙ୍କ ବ୍ୟତୀତ ବ୍ୟାଟର ଆରାଧ୍ୟ ଯାଦବ, ବାସୁ ଭାଟ୍ସ, ମାନବ ପାରଖ ଓ ସିଦ୍ଧାର୍ଥ ଯାଦବ କୋଭିଡ୍‌-୧୯ ଭାଇରସ ସଂସ୍ପର୍ଶରେ ଆସିଛନ୍ତି। ଏହି କାରଣରୁ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ୧୧ ଜଣ ଖେଳାଳିଙ୍କ ସହ ଓହ୍ଲାଇବା ଭାରତ ପାଇଁ କଷ୍ଟକର ହୋଇପଡ଼ିଥିଲା।

“ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ୪ ଖେଳାଳିଙ୍କୁ ଆଗରୁ ଆସୋଲେଟଡ୍‌ ରଖାଯାଇଛି। ସକାଳେ ମ୍ୟାଚ୍‌ ପୂର୍ବରୁ କରାଯାଇଥିବା ଆଣ୍ଟିଜେନ ଟେଷ୍ଟରେ ଆମ ଅଧିନାୟକ ଓ ଉପ ଅଧିନାୟକ ପଜିଟିଭ ଚିହ୍ନଟ ହୋଇଥିଲେ। କିନ୍ତୁ ଏହା ନିର୍ଣ୍ଣାତ୍ମକ ନ ଥିବାରୁ ସେମାନେ ମ୍ୟାଚ୍‌ରୁ ଓହରି ଯାଇଥିଲେ। ୬ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯିବାରୁ ଉପଲବ୍ଧ ଥିବା ଖେଳାଳିଙ୍କ ସଂଖ୍ୟା ୧୧କୁ ଖସି ଆସିଥିଲା” ଅଧିକାରୀ କହିଛନ୍ତି।

Share