Posted inଜାତୀୟ

ଶେଷରେ ଅନଶନ ଭାଙ୍ଗିଲେ ସୋନମ ଓ୍ବାଙ୍ଗଚୁକ୍‌: କହିଲେ- ଶୀଘ୍ର ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିବେ…

ନୂଆଦିଲ୍ଲୀ,୪।୧୦: କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ସୋନମ ଓ୍ବାଙ୍ଗଚୁକ୍‌ ନିଜର ଅନଶନ ଭାଙ୍ଗିଛନ୍ତି । ସେ ଲଦାଖର କିଛି ଲୋକଙ୍କ ସହ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ବୁଧବାର ଅପରାହ୍ନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଏନେଇ ସୂଚନା ଦେଇଛନ୍ତି।

ଓ୍ବାଙ୍ଗଚୁକ୍‌ କହିଛନ୍ତି ଯେ, ତାଙ୍କ ଗୋଷ୍ଠୀ ନିଜର ଦାବିପତ୍ରଗୁଡ଼ିକୁ ତାଲିକାଭୁକ୍ତ କରି ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଖୁବ୍‌ଶୀଘ୍ର ଶୀର୍ଷ ନେତୃତ୍ୱଙ୍କ ସହ ବୈଠକ କରାଯିବାକୁ ତାଙ୍କୁ ନିଶ୍ଚିତ କରାଯାଇଛି।

ଏଥିସହ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରି ଓ୍ବାଙ୍ଗଚୁକ୍‌ ଅହେତୁକ ସମର୍ଥନ ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୃହ ମନ୍ତ୍ରଣାଳୟର ଆଶ୍ୱାସନା ପରେ ଅନଶନ ଭାଙ୍ଗିଛୁ। ଆସନ୍ତା କିଛି ଦିନ ମଧ୍ୟରେ ଭାରତର ଶୀର୍ଷ ନେତାଙ୍କ ସହ ଏକ ବୈଠକ ହେବ ବୋଲି ସେ ମଧ୍ୟ କହିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଗଣମାଧ୍ୟମକୁ ଓ୍ବାଙ୍ଗଚୁକ୍‌ କହିଥିଲେ ଯେ, ଆମେ ସରକାରଙ୍କୁ ଏକ ସ୍ମାରକପତ୍ର ଦାଖଲ କରିଛୁ ଯେ ଲଦାଖ ପାଇଁ ଏଭଳି ବ୍ୟବସ୍ଥା କରାଯିବା ଉଚିତ ଯାହାଦ୍ୱାରା ଏହାର ପରିବେଶ ସଂରକ୍ଷଣ ହୋଇପାରିବ। ହିମାଳୟରେ ସ୍ଥାନୀୟ ଲୋକଙ୍କୁ ସଶକ୍ତ କରାଯିବା ଉଚିତ କାରଣ କେବଳ ସେମାନେ ହିଁ ଏହାର ସର୍ବୋତ୍ତମ ସଂରକ୍ଷଣ କରିପାରିବେ। ଗୃହ ମନ୍ତ୍ରଣାଳୟ ଆମକୁ ନିଶ୍ଚିତ କରିଛି ଯେ ଆସନ୍ତା ଦିନରେ ଆମେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଗୃହମନ୍ତ୍ରୀଙ୍କୁ ଭେଟିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର ନୁହେଁ ମହିଳାଙ୍କ ଖାତାକୁ ଯିବ ୫୦ହଜାର ଟଙ୍କା, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ସରକାର ମହିଳାଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଲକ୍ଷ୍ୟରେ ଆଉ ଏକ...

ବିମାନରୁ ବାହାରିଲା ଧୂଆଁ, ଅଟକିଗଲା ୧୪୮ ଯାତ୍ରୀଙ୍କ ନିଶ୍ୱାସ

ଥିରୁଭାନନ୍ତପୁରମ,୪।୧୦: ଶୁକ୍ରବାର ଥିରୁଭାନନ୍ତପୁରମ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX- 549) ର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଉଡ଼ାଣ ପରେ ବିମାନରୁ ଧୂଆଁ ବାହାରିବା...

ତୃତୀୟ ମହଲାରୁ ଡେଇଁଲେ ଉପ ବାଚସ୍ପତି

ମୁମ୍ବାଇ,୪।୧୦: ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଦଳର ଉପ ବାଚସ୍ପତି ନରହରୀ ଝିରୱଲ ଛାତରୁ ଡେଇଁପଡି ସୁରକ୍ଷା ଜାଲରେ ଫସି ରହିଥିଲେ। ସେ ଏସଟି କୋଟା ଅନ୍ତର୍ଗତ...

ଆରମ୍ଭ ହେଲା PM Internship ଯୋଜନା, ଯୁବପିଢିଙ୍କୁ ପ୍ରତି ମାସକୁ ମିଳିବ ୫ହଜାର, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ,୪।୧୦: ଯୁବକମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ପିଏମ ଇଣ୍ଟର୍ନସିପ ସ୍କିମ ଆରମ୍ଭ କରିଛନ୍ତି। ଏଥିପାଇଁ ଅକ୍ଟୋବର ୧୨ରୁ ଅନଲାଇନ ଆବେଦନ...

ତିରୁପତି ମନ୍ଦିର ଲଡୁ ବିବାଦ: ଯାଞ୍ଚ ପାଇଁ ଏସଆଇଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର...

ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: କୋର୍ଟ

ପ୍ରୟାଗରାଜ,୪।୧୦: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଯଦି ଦୀର୍ଘ ସମୟ ଧରି ସହମତିରେ ଶାରୀରିକ ସମ୍ପର୍କ ହୁଏ ତେବେ ଏହାକୁ ବଳାତ୍କାର ବୋଲି ଧରାଯିବ ନାହିଁ।...

ମୋଦିଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ‘ଦ ୟୁନିଭର୍ସ ବସ୍‌’: ଭିଡିଓ ହେଉଛି ଭାଇରାଲ୍‌..

ନୂଆଦିଲ୍ଲୀ,୪।୧୦: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମାଇକାରେ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି, ନୂଆଦିଲ୍ଲୀରେ ଜାମାଇକା...

ଆଜି କ୍ୱାର୍ଟର ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୪ା୧୦: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ। ମୁଖ୍ୟମନ୍ତ୍ରୀ ନିବାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri