Categories: ଖେଳ

ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ: ହାଟ୍ରିକ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଭାରତ ନିଜର ତୃତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବାକୁ ଯାଉଛି। ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ହାଟ୍ରିକ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ତେବେ ଭାରତ ପାଇଁ ଦକ୍ଷିଣ ଆଫ୍ରିକା ବୋଲର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଭାରତ ଦୁଇଟି ମ୍ୟାଚ୍‌ରେ ଜିତି ୪ ଅଙ୍କ ସହିତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଏହା ସହିତ ସେମିଫାଇନାଲ ରେସ୍‌ରେ ଭାରତ ସବୁଠାରୁ ଆଗରେ ମଧ୍ୟ ରହିଛି।

ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚରେ ବିଜୟ ଏବଂ ଅନ୍ୟ ମାଚ୍‌ରେ ପଏଣ୍ଟ ଭାଗ କରି ୩ ପଏଣ୍ଟ ସହିତ ଭାରତ ପଛରେ ରହିଛି। ଏହି ମ୍ୟାଚ୍‌ ଅପରାହ୍ନ ୪ଟା ୩୦ରେ ଆରମ୍ଭ ହେବ। ଟସ୍‌ ଅପରାହ୍ନ ୪ଟାରେ ହେବାର ସମ୍ଭାବନା ରହିଛି।

Share