Categories: ଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ, କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ,୬।୭: ଚଳିତ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି -୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳରେ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ତେବେ ପୁଣି ଥରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଅଧିନାୟକତ୍ୱ ଦିଆଯାଇଛି। ଯଶସ୍ବୀ ଜୟସ୍ବାଲଙ୍କୁ ମଧ୍ୟ ଟି-୨୦ ଦଳରେ ସୁଯୋଗ ଦିଆଯାଇଛି।
ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ଟି-୨୦ ମ୍ୟାଚ ଖେଳିବାକୁ ପଡିବ। ଏହି ଗସ୍ତ ପାଇଁ ଚୟନକର୍ତ୍ତାମାନେ ଯୁବକମାନଙ୍କୁ ସର୍ବାଧିକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନୂତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ମନୋନୀତ ହୋଇଥିବା ଏହା ହେଉଛି ପ୍ରଥମ ଦଳ। ଦଳରେ ନୂଆ ଚେହେରା ଭାବେ ତିଲକ ବର୍ମା, ଯଶସ୍ବୀ ଜୟସ୍ବାଲ ଏବଂ ମୁକେଶ କୁମାରଙ୍କୁ ସ୍ଥାନ ଦିଆଯାଇଛି। ସଞ୍ଜୁ ସାମସନ ଦଳକୁ ଫେରି ଆସିଥିବାବେଳେ ଶୁବମନ ଗିଲ ଏବଂ ଇଶାନଙ୍କୁ ଦଳରେ ସାମିଲ କରାଯାଇଛି।

Share