Categories: ଜାତୀୟ

ଭାରତ-ଶ୍ରୀଲଙ୍କା ଆର୍ଥିକ ସହଭାଗିତା ବଢ଼ିବ

ନୂଆଦିଲ୍ଲୀ,୨୨ା୭: ଭାରତ ଏବଂ ଶ୍ରୀଲଙ୍କା ଆର୍ଥତ୍କ ସହଭାଗିତାରେ ଉଲ୍ଲେଖନୀୟ ବୃଦ୍ଧି ନେଇ ଦୁଇ ଦେଶ ଶୁକ୍ରବାର ମହତ୍ତ୍ୱାକାଂକ୍ଷୀ ଭିଜନ ଡକ୍ୟୁମେଣ୍ଟ ଆପଣାଇଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ବିବୃତି ଦେଇ ମୋଦି କହିଥିଲେ, ଗତବର୍ଷ ଶ୍ରୀଲଙ୍କା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଜଣେ ଘନିଷ୍ଠ ବନ୍ଧୁ ଭାବେ ଭାରତ କାନ୍ଧରେ କାନ୍ଧ ମିଳାଇ ଛିଡ଼ାହୋଇଥିଲା। ଶ୍ରୀଲଙ୍କାରେ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଶୁଭାରମ୍ଭ ଲାଗି ଚୁକ୍ତିନାମା ହୋଇଛି। ଏହା ଦ୍ୱାରା ଦୁଇଦେଶ ମଧ୍ୟରେ ଫିନ୍‌ଟେକ୍‌ ସହଯୋଗ ହୋଇପାରିଛି। ପରସ୍ପରର ସୁରକ୍ଷା ସ୍ବାର୍ଥ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏକାଠି କାର୍ଯ୍ୟ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭିଜନ ଦସ୍ତାବିଜ୍‌ ଅନୁଯାୟୀ ଉଭୟ ଦେଶ ପର୍ଯ୍ୟଟନ, ଶକ୍ତି, ବାଣିଜ୍ୟ, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ଯୋଗାଯୋଗ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବଢ଼ାଇବେ। ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସାମୁଦ୍ରିକ, ବାୟୁ, ଶକ୍ତି ତଥା ଯୋଗଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି। ଭାରତର ଅଭିବୃ୍‌ଦ୍ଧିରେ ପଡୋଶୀ ଦେଶ ଏବଂ ଭାରତ ମହାସାଗର ଅଞ୍ଚଳ ଲାଭବାନ ହେବା ଆମେ ବିଶ୍ୱାସ କରୁ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି କହିଥିଲେ।

Share