କଲମ୍ବୋ, ୫ା୩: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆର୍ଥିକ କାରବାର ଭାରତୀୟ ମୁଦ୍ରା(ଟଙ୍କା)ରେ କରିବା ପାଇଁ ବିଚାର କରାଯାଉଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇବ। ଏପରିକି ଦୁଇ ଦେଶ ମଧ୍ୟରେ ଆର୍ଥିକ କାରବାରରେ ଭାରତୀୟ ମୁଦ୍ରା (ଆଇଏନ୍ଆର୍) ବ୍ୟବହାର ଲାଗି ଗୁରୁବାର କଲମ୍ବୋରେ ଭାରତୀୟ ଉଚ୍ଚାୟୁକ୍ତ ଏକ ଆଲୋଚନାର ଆୟୋଜନ କରିଥିଲେ। ଏଥିରେ ଯୋଗଦେଇ ବ୍ୟାଙ୍କ ଅଫ୍ ସିଲୋନ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କର ପ୍ରତିନିଧିମାନେ ସେମାନଙ୍କ ମତାମତ ରଖିଥିଲେ।