Categories: ଖେଳ

ଆଜି ଭାରତ-ଶ୍ରୀଲଙ୍କା ଟି୨୦

ରାଜକୋଟ,୭।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଟି୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଶନିବାର ଖେଳାଯିବ। ଭାରତକୁ ମ୍ୟାଚ ଜିତିବାକୁ ହେଲେ ଟପ୍‌ ଅର୍ଡର ଏବଂ ବୋଲିଂରେ ସୁଧାର ଆଣିବାକୁ ପଡ଼ିବ। ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟ ଲାଭ କରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ୧୬ ରନ୍‌ରେ ହାରିଯିବାରୁ ସିରିଜ ୧-୧ ରହିଛି। ଭାରତ ପରାଜୟର ଅନ୍ୟତମ ମୁଖ୍ୟ କାରଣ ପେସ୍‌ ବାହିନୀର ଅସ୍ଥିର ପ୍ରଦର୍ଶନ ସାଙ୍ଗକୁ ବ୍ୟାଟିଂରେ ମଧ୍ୟ ଟପ୍‌ ଅର୍ଡରର ବିଫଳତା।

ସିରିଜ ନିର୍ଣ୍ଣାୟକ ମ୍ୟାଚ ପାଇଁ ଭାରତ କୌଣସି ପରିବର୍ତ୍ତନ କରି ନ ପାରେ। କୋଚ୍‌ ଡ୍ରାଭିଡ୍‌ ପରୋକ୍ଷରେ ଏ ସମ୍ପର୍କରେ ସୂଚାଇ ଦେଇଛନ୍ତି। ଅନ୍ୟପକ୍ଷେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରୀଲଙ୍କା ଶନିବାର ମ୍ୟାଚରେ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ସେମାନେ ଦଳର ମିଡଲ ଅର୍ଡରରେ ଭଲ ପ୍ରଦର୍ଶନରେ ସୁଧାର ଆଣିବାରେ ଚେଷ୍ଟା କରିବେ। ରାଜକୋଟ ହେଉଛି ଦେଶର ଅନ୍ୟତମ ଫ୍ଲାଟ୍‌ ଟ୍ରାକ୍‌। ସମ୍ଭବତଃ ବ୍ୟାଟରଙ୍କୁ ସୁହାଇବ। ମ୍ୟାଚରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଉଭୟ ଦଳର ଅଧିନାୟକ ରନ୍‌ ଚେଜ୍‌ କରିବାକୁ ଚାହିଁବେ। ମ୍ୟାଚ ସନ୍ଧ୍ୟା ୭ଟା ଆରମ୍ଭ ହେବ

Share