Categories: ଖେଳ

ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ତାଙ୍କ ମୁଣ୍ଡ ଏବଂ ଗୋଡରେ ଆଘାତ ଲାଗିଛି। ଋଷଭଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ-ଡେରାଡୁନ ରାଜପଥରେ ଡିଭାଇଡର ସହ ତାଙ୍କ କାର୍‌ ଧକ୍କା ହେବା ଫଳରେ କାର୍ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି। ତେବେ ଋଷଭଙ୍କ ଅବସ୍ଥା ଏବେ ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପନ୍ତ ନିଜେ ଡ୍ରାଇଭିଂ କରି ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିଲେ। ହେଲେ ରୁର୍କୀ ନିକଟରେ କାର୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା।

Share