Categories: ଖେଳ

ଶୁବମନ ଶ୍ରେଷ୍ଠ ଖେଳାଳି

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ  କ୍ରିକେଟ ପରିଷଦ (ଆଇସିସି) ୨୦୨୩ ଜାନୁୟାରୀ ମାସର ଶ୍ରେଷ୍ଠ କ୍ରିକେଟରଙ୍କ ନାଁ ଘୋଷଣା କରିଛି। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି।
ଗିଲ ଜାନୁୟାରୀ ମାସରେ ୩ଟି ଶତକ ସହ ମୋଟ ୫୬୭ ରନ୍‌ କରିଥିଲେ। ହାଇଦ୍ରାବାଦଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଦ୍ବିଶତକ ହାସଲ କରିଥିଲେ । ମାତ୍ର ୧୪୯ଟି ବଲରେ ସେ ୨୦୮ ରନ ହାସଲ କରିଥିଲେ। ଏହାପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷରେ ୧୧୬ ରନ୍‌ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୧୧୨ ରନ୍‌ କରିଥିଲେ।

Share