ନୂଆଦିଲ୍ଲୀ,୧୦ା୮: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନେପାଳରୁ ଆସୁଥିବା ଟମାଟୋ ଶୁକ୍ରବାର ବାରାଣସୀ, ଲକ୍ଷ୍ନୌ, କାନପୁର ଆଦି ଉତ୍ତର ଭାରତୀୟ ସହରରେ ପହଞ୍ଚି ଯିବ ବୋଲି ସେ କହିଛନ୍ତି। ୩ ମାସ ହେଲା ପାଇକାରୀ ବଜାରରେ ଟମାଟୋ କିଲୋ ପ୍ରତି ଦର ୧୪୦ ଟଙ୍କାରୁ ଅଧିକ ରହିଛି।