Posted inଜାତୀୟ

ଏଲ୍‌ଓସିରୁ ଏଲ୍‌ଏସି ଭାରତ ଶକ୍ତ

କୋଲକାତା,୨୪ା୧: ନିୟନ୍ତ୍ରଣରେଖା (ଏଲ୍‌ଓସି)ରୁ ନେଇ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ପର୍ଯ୍ୟନ୍ତ ସବୁଠି ଭାରତ ଶକ୍ତିଶାଳୀ ହେବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥିଲେ ତାଙ୍କ ପଦାଙ୍କ ଅନୁସରଣ କରି ଏହା ସମ୍ଭବ ହୋଇପାରିଥିବା ଦେଖି ଗର୍ବ ଅନୁଭବ କରିଥାଆନ୍ତେ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ୋକ୍ତି ବାଢ଼ିଛନ୍ତି।
କୋଲକାତାରେ ନେତାଜୀ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ପାକିସ୍ତାନ ସଂଲଗ୍ନ ଏଲ୍‌ଓସି ଏବଂ ଚାଇନାକୁ ଲାଗି ରହିଥିବା ସୀମା ଏଲ୍‌ଏସି ପର୍ଯ୍ୟନ୍ତ ଭାରତ ନେତାଜୀଙ୍କ ପଥ ଅନୁସରଣ କରୁଛି। ଦୁଇ ସୀମାରେ ଭାରତୀୟ ସେନାର ଶକ୍ତି ବଢ଼ିଛି। ଭାରତର ସାର୍ବଭୌମତ୍ୱ ପ୍ରତି ଯେତେବେଳେ ବି ଆହ୍ବାନ ସୃଷ୍ଟି ହୋଇଛି ତା’ର ମୁହଁତୋଡ଼ ଜବାବ ଦିଆଯାଇଛି। କରୋନା ମହାମାରୀର ଭାକ୍ସିନ ଭାରତ ଦ୍ୱାରା ବିକଶିତ ହୋଇଛି।

ଭାରତ ପାଖରେ ଏବେ ଏକ ଶକ୍ତିଶାଳୀ ସେନା ରହିଛି। ସେନା ପାଖରେ ତେଜସ୍‌ ଓ ରାଫାଲ ଭଳି ଆଧୁନିକ ଯୁଦ୍ଧବିମାନ ରହିଛି। ନେତାଜୀଙ୍କ ସ୍ବପ୍ନର ଶକ୍ତିଶାଳୀ ଭାରତ କିପରି ଆଗକୁ ବଢ଼ୁଛି ତାହା ଦେଖି ସେ ଗର୍ବିତ ହୋଇଥାଆନ୍ତେ। ନେତାଜୀ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ବିଶ୍ୱର ସର୍ବବୃହତ୍‌ ସାମ୍ରାଜ୍ୟବାଦୀ ବଳର ମୁକାବିଲା କରି ଘୋଷଣା କରିଥିଲେ ଯେ ସେ ସ୍ବାଧୀନତା ମାଗିବେ ନାହିଁ, ବରଂ ଏଥିପାଇଁ ସଂଗ୍ରାମ କରିବେ। ତେଣୁ ଦେଶ ତାଙ୍କ ଜନ୍ମଦିନ ଜାନୁୟାରୀ ୨୩କୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଉଦ୍ଦେଶ୍ୟରେ ଏନ୍‌ଡିଏ ସରକାରଙ୍କ ପକ୍ଷରୁ କରାଯାଇଥିବା କିଛି କାର୍ଯ୍ୟକୁ ନେଇ ଉପସ୍ଥିତ ଜନତାଙ୍କୁ ସ୍ମରଣ କରାଇଥିଲେ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନେତାଜୀଙ୍କ ଉପରେ ପ୍ରଧାନମନ୍ତ୍ରୀ ଏକ ସ୍ଥାୟୀ ପ୍ରଦର୍ଶନୀ ଓ ପ୍ରୋଜେକ୍ସନ ମ୍ୟାପିଂ ଶୋ ଉଦ୍‌ଘାଟନ କରିଥିଲେ। ଏକ ମୁଦ୍ରା ଓ ‘ଲେଟର ଅଫ୍‌ ନେତାଜୀ’ ଶୀର୍ଷକ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଆଜାଦ୍‌ ହିନ୍ଦ୍‌ ଫୌଜର ଯବାନ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମୋଦି ସମ୍ବର୍ଦ୍ଧନା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଗ୍ରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା

ନୂଆଦିଲ୍ଲୀ,୧୬।୪: ଗୁରୁଗ୍ରାମରରେ ଜଣେ ୪୬ ବର୍ଷୀୟ ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିବା ସମୟରେ ଯୌନ...

ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୧୬.୪: କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା ଅଧୀନରେ ଓଡ଼ିଶା ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି। ଯାହା ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ...

ଓଡ଼ିଶାରେ ଗ୍ରୀନ୍ ଏନର୍ଜି ପାଇଁ ₹୪,୫୦୦ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୩,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୬.୪: ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ସବୁଜ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାରେ ₹୪,୫୦୦ କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଓଡ଼ିଶାର...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ଥଣ୍ଡା ଭଲ କରିବା ପାଇଁ ୪ବର୍ଷର ଶିଶୁକୁ ସିଗାରେଟ ପିଆଇଲେ ଡାକ୍ତର

ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା...

Video: ନଦୀରେ ପଶି ରିଲ୍ ଶୁଟିଂ କରୁଥିଲେ ମହିଳା, ପ୍ରବଳ ସ୍ରୋତରେ ଭାସିଗଲେ

ନୂଆଦିଲ୍ଲୀ,୧୬ା୪: ଉତ୍ତରାଖଣ୍ଡରେ ଏକ ରିଲ୍ ସୁଟିଂ କରୁଥିବା ସମୟରେ ଜଣେ ମହିଳା ନଦୀରେ ବୁଡ଼ି ଭାସି ଯାଇଛନ୍ତି। ଯାହା ନେପାଳର ଏକ ପରିବାର ପାଇଁ ଏକ...

ଖଣିଜ ସମ୍ପଦରେ ଭରା ଓଡ଼ିଶାର ଶ୍ରେଷ୍ଠ ୬ ଜିଲା, ରାଜ୍ୟ ଅର୍ଥନୀତିର ମୂଳ ଶକ୍ତି

ଓଡ଼ିଶା ଭାରତର ଖଣିଜ ସମ୍ପଦରେ ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ, ଯାହା ଲୌହ ଖଣିଜ, କୋଇଲା, ବକ୍ସାଇଟ୍, ମାଙ୍ଗାନିଜ୍, କ୍ରୋମାଇଟ, ଚୂନ ପଥର ଏବଂ ଅନ୍ୟାନ୍ୟ...

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍‌, ବିପୁଳ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image