Categories: ଜାତୀୟ

ଇସ୍ରାଏଲ୍‌କୁ ଭାରତ ଦୃଢ଼ ସମର୍ଥନ କରୁଛି: ମୋଦି

ନୂଆଦିଲ୍ଲୀ,୧୧ା୧୦: କଠିନ ସମୟରେ ଭାରତ ଇସ୍ରାଏଲ୍‌ ସହ ଦୃଢ଼ ଭାବେ ଛିଡ଼ାହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇସ୍ରାଏଲ୍‌ ପ୍ରତିପକ୍ଷ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ କହିଛନ୍ତି। ମଙ୍ଗଳବାର ନେତାନ୍ୟାହୁ ଫୋନ୍‌ ଯୋଗେ ମୋଦିଙ୍କୁ ଇସ୍ରାଏଲ୍‌-ହମାସ ଯୁଦ୍ଧ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସବୁ ପ୍ରକାର ଆତଙ୍କବାଦକୁ ଭାରତ ଦୃଢ଼ ବିରୋଧ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଇସ୍ରାଏଲ୍‌କୁ ସମର୍ଥନ ବାର୍ତ୍ତା ଉଲ୍ଲେଖନୀୟ, କାରଣ ଭାରତ ପୂର୍ବରୁ ପାଲେଷ୍ଟାଇନ ସମସ୍ୟାକୁ ସମର୍ଥନ କରିଆସୁଥିଲା। ବିଗତ କିଛିବର୍ଷ ହେଲା ଏହା ଇସ୍ରାଏଲ୍‌ର ନିକଟତର ହୋଇଛି। ଭାରତ ମଧ୍ୟପ୍ରାଚ୍ୟରେ ବଡ଼ ଭୂମିକା ନେବା ସ୍ଥିତିରେ ପହଞ୍ଚତ୍ଥିବା ସମୟରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ କଠିନ କୂଟନୈତିକ ସ୍ଥିତିକୁ ଅତିକ୍ରମ କରିବାକୁ ହେବ। ସଙ୍କଟ ସମାଧାନରେ ବନ୍ଧୁ ରାଷ୍ଟ୍ର ଭାରତ ସହଯୋଗ କରିବ ବୋଲି ଉଭୟ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ଆଶାବାଦୀ ଅଛନ୍ତି।

Share