୨୦୨୪-୨୫ ପାଇଁ ଭାରତ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନରେ ପ୍ରାର୍ଥୀପତ୍ର ଉପସ୍ଥାପନ କଲା…

ଲଣ୍ଡନ,୧୯।୭ : ଲଣ୍ଡନରେ ୨୦୨୪-୨୫ ଦ୍ୱି ବର୍ଷ ପାଇଁ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମଓ) ପରିଷଦ ନିର୍ବାଚନରେ ବର୍ଗ-ବି ଅଧୀନରେ ଭାରତ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛି। ଏହାପୂର୍ବରୁ ଭାରତ ୨୦୨୨-୨୩ ପାଇଁ ବର୍ଗ- ବି ଅଧୀନରେ ମନୋନୀତ ହୋଇଥିଲା ।

ଆଇଏମଓର ବର୍ଗ-ବି ଅଧୀନରେ ୧୦ ଟି ଦେଶ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟରେ ଜଡିତ। ଏହାର ବର୍ତ୍ତମାନର ସଦସ୍ୟମାନେ ହେଉଛନ୍ତି ଭାରତ, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ସ୍ପେନ, ସ୍ବିଡେନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)।

ଲଣ୍ଡନରେ ଭାରତର ହାଇ କମିଶନ ଫେମସ କ୍ରୁଜ ବୋଟରେ ଏକ ରାତ୍ରିଭୋଜନର ଆୟୋଜନ କରିଥିଲେ। ଏଥିରେ ବିଟ୍ରେନରେ ଅବସ୍ଥାପିତ ଭାରତର ହାଇ କମିଶନର ବିକ୍ରମ ଦୋରାଇସ୍ବାମୀ,ଆଇଏମଓ ସଦସ୍ୟ ରାଷ୍ଟ୍ର, ଥିଙ୍କ ଟ୍ୟାଙ୍କ ଏବଂ ଏକାଡେମୀ, ପରିବହନ ସଚିବ ଟି.କେ ରାମଚନ୍ଦ୍ରନଙ୍କ ସହ ଯୋଗ ଦେଇଥିଲେ।

Share