Posted inଜାତୀୟ

୧ ହଜାର କେଜି ଯୁଦ୍ଧାସ୍ତ୍ର ସହ ଶତ୍ରୁକୁ ଧ୍ୱଂସ କରିବ ମିସାଇଲ‘ପ୍ରଳୟ’

ନୂଆଦିଲ୍ଲୀ,୨୨।୧୨: ଭୁପୃଷ୍ଠରୁ ଭୁପୂଷ୍ଠକୁ ନିକ୍ଷେପ କରୁଥିବା ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ର ବୁଧବାର ସଫଳ ପରୀକ୍ଷଣ କରିଛି ଭାରତ। ଓଡ଼ିଶା ଉପକୂଳସ୍ଥିତ ବାଲେଶ୍ୱରର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ପୂର୍ବାହ୍ନ ୧୦ଟା ୩୦ରେ ଏହାର ପରୀକ୍ଷଣ କରାଯାଇଥିଲା। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବାଲେଷ୍ଟିକ୍‌ ମିସାଇଲ ପରୀକ୍ଷା ବେଳେ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ କରିଛି ବୋଲି ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ କୁହାଯାଇଛି।

“ପ୍ରଳୟ ଏକ ଅର୍ଦ୍ଧ ବାଲେଷ୍ଟିକ ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରୁଥିବା ମିସାଇଲ। ଏହି ମିସାଇଲ ଦ୍ୱାରା ଇଣ୍ଟରସେପ୍ଟର ମିସାଇଲକୁ ପ୍ରତିହିତ କରାଯାଇପାରିବ। ନିର୍ଦ୍ଧିଷ୍ଟ ଦୂରତା ଉଡାଣ ଭରିବା ପରେ ଏହା ପାଖରେ ଦିଗ ପରିବର୍ତ୍ତନ କରିବାର କ୍ଷମତା ରହିଛି” ବୋଲି କୁହାଯାଇଛି।

ପରୀକ୍ଷା ବେଳେ ମିସାଇଲର ଗତିପଥ ତଦାରଖ କରିବା ଲାଗି ଟ୍ରାକିଂ ଯନ୍ତ୍ରାଂଶ ବ୍ୟବହାର କରାଯାଇଥିଲା। ପ୍ରଳୟ ମିସାଇଲ ୩୫୦ରୁ ୫୦୦ କିମି ଦୂରତା ମଧ୍ୟରେ ଟାର୍ଗେଟକୁ ଧ୍ୱଂସ କରିପାରିବ। ଏଥିସହିତ ଏହା ସୁରକ୍ଷିତ ଭାବେ ୫୦୦ରୁ ୧ ହଜାର କେଜି ବିସ୍ଫୋରକ ନେଇପାରିବ। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରି ଡିଆରଡିଓ ଏବଂ ଏହି ପରୀକ୍ଷଣ ସହ ଜଡ଼ିତ ଟିମ୍‌କୁ ଶୁଭେଚ୍ଛା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ଏମପିଙ୍କ ଠାରୁ ଅଧିକ ଦରମା ପାଆନ୍ତି ବିଧାୟକ, ଅଢେଇ ଲକ୍ଷ ଦରମା ସାଙ୍ଗକୁ ମିଳେ ଏତେସବୁ ସୁବିଧା

ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାର ଏମପିଙ୍କ ଦରମା 24 ପ୍ରତିଶତ ବୃଦ୍ଧି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହାର ବିଜ୍ଞପ୍ତି ଜାରି କରିଛି। ଏହି ଦରମା...

ଦିଶା ସାଲିଆନ ମୃତ୍ୟୁ: ଆଦିତ୍ୟ ଠାକ୍‌ରେ, ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ମାମଲା

ମୁମ୍ବାଇ,୨୬।୩: ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଅଭିନେତା ଡିନୋ ମୋରିଆ...

‘ଛାତିକୁ ଧରିନେବା ବଳାତ୍କାର ନୁହେଁ…’, ଆହ୍ଲାବାଦ ହାଇକୋର୍ଟଙ୍କ ଟିପ୍ପଣୀ ଶୁଣି ରାଗିଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୩: ବଳାତ୍କାର ମାମଲା ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତିମାନେ ଏହି ରାୟକୁ ସମ୍ବେଦନଶୀଳ ଏବଂ ଅମାନବୀୟ...

ସରକାରଙ୍କ ବଡ଼ ଘୋଷଣା: ଏହି ଯୋଜନାରେ ଗର୍ଭବତୀଙ୍କୁ ମିଳିବ ମିଳିବ ୨୧ ହଜାର ଟଙ୍କା

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ସେ ବଜେଟ୍‌ରେ ଗୋଟିଏ ପରେ ଗୋଟିଏ ମହିଳାଙ୍କୁ ଅନେକ ଉପହାର ଦେଇଛନ୍ତି।...

‘ଏକନାଥ ଶିନ୍ଦେଙ୍କୁ ଅପମାନ ବରଦାସ୍ତ କରାଯିବ ନାହିଁ,’କୁନାଲଙ୍କୁ ଜିଅନ୍ତା ଜାଳିଦେବାକୁ ଧମକ ଦେଲେ ଇନଫ୍ଲୁଏନ୍ସର

ମୁମ୍ବାଇ,୨୬।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ହାସ୍ୟ ଅଭିନେତା କୁନାଲ କାମରାଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ ଜୋର ଧରିଛି। ଏବେ କୁନାଲ କାମରାଙ୍କୁ ଇନଫ୍ଲୁଏନ୍ସର...

‘ୟୁପିରେ ଯଦି ହିନ୍ଦୁ ସୁରକ୍ଷିତ, ତେବେ ମୁସଲମାନ ବି ସୁରକ୍ଷିତ’, ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ଲକ୍ଷ୍ନୌ,୨୬।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟରେ ସମସ୍ତ ଧର୍ମର ଲୋକ ସୁରକ୍ଷିତ ଅଛନ୍ତି। ସେ କହିଥିଲେ ଯେ ଜଣେ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ,୨୬।୩: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ସିବିଆଇ ରେଡ୍‌ କରିଛି। କୁହାଯାଉଛି ଯେ ମହାଦେବ ସଟ୍ଟା ଆପ ସମ୍ପର୍କରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ...

ଋଣ ଛାଡ଼ ପାଇଁ ସ୍ବାମୀଙ୍କୁ ମୃତ ଘୋଷଣା

ଗୋରଖପୁର (ଉତ୍ତରପ୍ରଦେଶ),୨୬।୩:  ଗ୍ରାମାଞ୍ଚଳ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ସେମାନଙ୍କୁ କମ୍‌ ସୁଧ ହାରରେ ଋଣ ପ୍ରଦାନ କରାଯାଉଛି। ଏପରି କି କେତେକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image