Categories: ଜାତୀୟ

‘ତିହାର ଜେଲ୍‌ରେ ଆପଣଙ୍କୁ ସ୍ବାଗତ’…କେଜ୍‌ରିଓ୍ବାଲଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ

ନୂଆଦିଲ୍ଲୀ,୨୩।୩: ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜେଲରୁ ୫ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ମାର୍ଚ୍ଚ ୨୨ରେ ଲେଖିଥିବା ଚିଠିରେ ସେ ‘କେଜ୍‌ରିଓ୍ବାଲ ଆପଣଙ୍କୁ ତିହାର କ୍ଲବ୍‌ରେ ସ୍ବାଗତ’ ବୋଲି ଲେଖିଛନ୍ତି। ତାଙ୍କର ୩ ଭାଇ ଏବେ ତିହାଡ଼ କ୍ଲବ ଚଳାଇବାକୁ ଆସିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।

ଠକ ସୁକେଶ ଏକ ଚିଠି ଲେଖି କହିଛନ୍ତି, ସର୍ବଦା ସତ୍ୟର ବିଜୟ ହୋଇଥାଏ। ଏହା ନୂଆ ଭାରତର ଶକ୍ତିର ଉଦାହରଣ, ଯେଉଁଠାରେ କେହି ଆଇନରୁ ଊର୍ଦ୍ଧ୍ୱରେ ନାହାନ୍ତି। ଅରବିନ୍ଦ କେଜ୍‌ରିଓ୍ବାଲ ସର୍ବପ୍ରଥମେ ମୁଁ ଆପଣଙ୍କୁ ସ୍ବାଗତ କରୁଛି, ତିହାର କ୍ଲବ୍‌ର ମାଲିକ। ତେବେ ଆପଣଙ୍କର କଠୋର ସଚ୍ଚୋଟ ବ୍ୟକ୍ତିମାନଙ୍କ ସମସ୍ତ ନାଟକ ସମାପ୍ତ ହୋଇଛି। ମୁଁ ବହୁତ ଭାଗ୍ୟବାନ ଯେ ଆପଣ ମୋର ଜନ୍ମଦିନର ତିନି ଦିନ ପୂର୍ବରୁ ଗିରଫ ହୋଇଛନ୍ତି, ଆପଣଙ୍କର ଗିରଫଦାରୀ ହେଉଛି ମୋର ସର୍ବଶ୍ରେଷ୍ଠ ଜନ୍ମଦିନ ଉପହାର। ଆପଣ ଜାଣି ନାହାନ୍ତି ଯେ ସତ୍ୟକୁ ଅଧିକ ସମୟ ଲୁଚାଇହେବ ନାହିଁ। ମୁଁ ବହୁତ ଖୁସି ଯେ ମୋର ତିନି ଭାଇ ବର୍ତ୍ତମାନ ତିହାର କ୍ଲବ ଚଳାଇବାକୁ ଆସିଛନ୍ତି।

ଏହାଛଡ଼ା ତିନି ନେତାଙ୍କୁ ଏହି ପଦବୀ ପ୍ରଦାନ କରିବାବେଳେ ସୁକେଶ କହିଛନ୍ତି ଯେ ଏ ଚେୟାରମ୍ୟାନ ବିଗ ବସ୍‌- ଏ- ଅରବିନ୍ଦ କେଜ୍‌ରିଓ୍ବାଲ, ବି-ସିଇଓ- ମନୀଷ ସିସୋଡିଆ, ସି-ସିଓଓ- ସତ୍ୟେନ୍ଦ୍ର ଜୈନ। ଏହାଛଡ଼ା ତାଙ୍କୁ କଟାକ୍ଷ କରି କହିଥିଲେ ଯେ ଭାଇ କେଜ୍‌ରିୱାଲ ଜୀ, ଆପଣଙ୍କର ସମସ୍ତ ଦୁର୍ନୀତି ଲୋକଲୋଚନକୁ ଆସିବ। ଆପଣ ମୁଖ୍ୟମନ୍ତ୍ରୀ ଥିବାବେଳେ ଅତିକମରେ ୧୦ ଭିନ୍ନ ଭିନ୍ନ ଘୋଟାଲା କରିଛନ୍ତି। ସେଥିରେ ଦିଲ୍ଲୀର ଗରିବ ଲୋକଙ୍କୁ ଲୁଟ୍‌ କରାଯାଇଛି। ସୁକେଶ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବେ ତୁମର ୪ଟି ଘୋଟାଲା ଦେଖିଛି ଏବଂ ମୋ ପାଖରେ ମଧ୍ୟ ପ୍ରମାଣ ଅଛି। ମୁଁ ଆପଣଙ୍କ ମୁହଁରୁ ପରଦା ହଟାଇବି ଏବଂ ସରକାରୀ ସାକ୍ଷୀ ମଧ୍ୟ ହେବି। ଦିଲ୍ଲୀର ଅବକାରୀ ପ୍ରସଙ୍ଗ କେବଳ ଆରମ୍ଭ ବୋଲି ସୁକେଶ ଆହୁରୀ ମଧ୍ୟ କହିଛନ୍ତି।

Share