କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଆମେରିକା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛି। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଭାରତ ବୁଧବାର ଆମେରିକାର କାର୍ଯ୍ୟକାରୀ ଡେପୁଟି ଚିଫ ଗ୍ଲୋରିଆ ବର୍ବନାଙ୍କୁ ଡକାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତରେ କେତେକ ଆଇନଗତ ପ୍ରକ୍ରିୟା ସମ୍ପର୍କରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ରଙ୍କ ମନ୍ତବ୍ୟକୁ ଆମେ ଦୃଢ ଆତ୍ତି ଜଣାଉଛୁ। କୂଟନୈତିକ କ୍ଷେତ୍ରରେ ରାଜ୍ୟଗୁଡିକ ଅନ୍ୟମାନଙ୍କର ସାର୍ବଭୌମତ୍ୱ ତଥା ଆଭ୍ୟନ୍ତରୀଣ ବ୍ୟାପାରକୁ ସମ୍ମାନ ଦେବେ ବୋଲି ଆଶା କରାଯାଉଛି। ଭାରତ ଆଇନଗତ ପ୍ରକ୍ରିୟା ଉପରେ ଆଧାରିତ, ଯାହା ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ସମୟାନୁବର୍ତ୍ତୀ ଫଳାଫଳ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହା ଉପରେ ଦୃଷ୍ଟି ରଖିବା ଅନ୍ୟାୟ।

Share