ଶ୍ରୀଲଙ୍କା ଆର୍ଥିକ ସଙ୍କଟ: ଭାରତକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେ

କଲମ୍ବୋ,୨୮ ।୫: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ଭିତରେ କିଛି ଦେଶ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇଥିବା ବେଳେ ପଡୋଶୀ ଦେଶ ଭାବେ ଭାରତ ବି ଶ୍ରୀଲଙ୍କାକୁ ସହଯୋଗ କରିଛି । ଆଉ ଏଥିପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ଭାରତର ପ୍ରଶଂସା କରିଛନ୍ତି । ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ସମୟରେ ଭାରତର ସହଯୋଗକୁ ନେଇ ସେ ଧନ୍ୟବାଦ ଜଣାଇବା ସହ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ସେ ଉତ୍ସୁକ ବୋଲି କହିଛନ୍ତି । ବିକ୍ରମାସଂଘେ ଟୁଇଟର ମାଧ୍ୟମରେ କହିଛନ୍ତି, ସେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସିତାରାମଣଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ସେ ଭାରତ ପକ୍ଷରୁ ଯୋଗାଇ ଦିଆଯାଉଥିବା ସାହାଯ୍ୟକୁ ନେଇ ଭାରତର ପ୍ରଶଂସା କରିଛନ୍ତି ।

Share