Categories: ଜାତୀୟ

ଦେଶରେ ୧୫୦ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ,୭।୧: ଭାରତରେ କୋଭିଡ୍‌ ଟିକାକରଣ ଶୁକ୍ରବାର ୧୫୦ କୋଟି ଡୋଜ୍‌ ଅତିକ୍ରମ କରିଛି। ଏହା ଏକ ଐତିହାସିକ ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କୋଲକାତାରେ ଚିତ୍ତରଞ୍ଜନ ନ୍ୟାଶନାଲ କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍‌ (ସିଏନ୍‌ସିଆଇ)ର ଦ୍ୱିତୀୟ କ୍ୟାମ୍ପସ୍‌ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୨ ବର୍ଷ ଆମେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ସହ ଆରମ୍ଭ କରିଥିଲୁ। ୫ ଦିନ ମଧ୍ୟରେ ୧.୫ କୋଟିରୁ ଅଧିକ ପିଲା କୋଭିଡ୍‌ ଟିକା ନେଲେଣି। ସାବାଳକ ଜନସଂଖ୍ୟାର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। କୋଭିଡ୍‌ ପରୀକ୍ଷାଠାରୁ ଟିକାକରଣ ପଯ୍ରନ୍ତ କୋଭିଡ୍‌ ମହାମାରୀ ବିରୋଧୀ ଲଢ଼େଇରେ ଭାରତ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share