Categories: ଜାତୀୟ

ଚାଇନା ବିରୋଧରେ ‘ଯେସାକୁ ତେସା’ ନୀତି ଆପଣାଇଲା ଭାରତ

ନୂଆଦିଲ୍ଲୀ,୨୪।୪: ଚାଇନା ନାଗରିକଙ୍କ ପର୍ଯ୍ୟଟନ ଭିସା ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(ଆଇଏଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଚାଇନା ନାଗରିକଙ୍କୁ ଦିଆଯାଇଥିବା ଭାରତୀୟ ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ ବୋଲି ଆଇଏଟିଏ ପକ୍ଷରୁ କୁହାଯାଇଛି। ଚାଇନା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ପ୍ରାୟ ୨୨ ହଜାର ଭାରତୀୟ ଛାତ୍ରୀଛାତ୍ର ସେମାନଙ୍କ ଅଧା ରଖିଥିବା ପାଠ ସାରିବା ନିମନ୍ତେ ବେଜିଂ ଯାଇପାରୁନାହାନ୍ତି। ସେମାନଙ୍କ ବେଜିଂ ଯିବା ଓ ପାଠପାର ବନ୍ଦୋବସ୍ତ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ବାରମ୍ବାର ନିବେଦନ ହୋଇଥିଲା। ଏନେଇ ଦୁଇଦେଶର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରେ ଅନେକ ଥର କଥାବର୍ତ୍ତା ମଧ୍ୟ ହୋଇଛି। କିନ୍ତୁ ଚାଇନା ସରକାର ଏସବୁ ଏଡାଇଯାଉଥିବାରୁ ଭାରତ ସରକାର ଯେସାକୁ ତେସା ନୀତି ଆପଣାଇ ଚାଇନାର ଟୁରିଷ୍ଟ ଭିସାକୁ ଭାରତ ରଦ୍ଦ କରିଛି। ୨୦୨୦ ମସିହାରେ କରୋନା ମହାମାରୀ ବ୍ୟାପିବା ପରେ ଏହି ଛାତ୍ରୀଛାତ୍ରମାନେ ପାଠପଢା ଛାଡି ଚାଇନାରୁ ଚାଲିଆସିଥିଲେ।

Share