ମୁମ୍ବାଇ,୨୭।୮ (ପି.ଟି.): ଦେଶରେ ପ୍ରଥମ ଅନ୍ଲାଇନ୍ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଇଣ୍ଡିଆ ଟାଏକୋଣ୍ଡୋ ବୁଧବାର ଘୋଷଣା କରିଛି। ସେପ୍ଟେମ୍ବର ୨୮ରୁ ନଭେମ୍ବର ୪ ତାରିଖ ମଧ୍ୟରେ ଅନ୍ଲାଇନ୍ ଜାତୀୟ ଟାଏକୋଣ୍ଡୋ ପୁମାସାଏ ଚାମ୍ପିୟନଶିପ୍ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି। କଲର ବେଲ୍ଟ ଓ ବ୍ଲାକ ବେଲ୍ଟ ଡିଭିଜନ୍ରେ ବିଭକ୍ତ ଏହି ପ୍ର୍ତିଯୋଗିତା ବ୍ୟକ୍ତିଗତ କ୍ଷମତା ଉପରେ ପର୍ଯ୍ୟବସିତ ହେବ। କଲର ବେଲ୍ଟ ଡିଭିଜନ୍ ୩ଟି ବର୍ଗରେ ବିଭକ୍ତ ହେବ। ସେହିପରି ବ୍ଲାକ ବେଲ୍ଟ ଡିଭିଜନ୍ (ମେଡାଲ ଇଭେଣ୍ଟ୍ସ) ୮ଟି ବର୍ଗରେ ବିଭକ୍ତ ହେବ। ଡେଡ୍ ଲାଇନ୍ ପୂର୍ବରୁ ପ୍ରତ୍ୟେକ ଆଥଲେଟ ପୁମାସାଏ ପ୍ରଦର୍ଶନ କରୁଥିବାର ଏକ ଭିଡିଓ ଦାଖଲ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ବିଶ୍ୱ ଟାଏକୋଣ୍ଡୋ ମଧ୍ୟ ଏହି ଟୁର୍ନାମେଣ୍ଟକୁ ସମର୍ଥନ କରିଛି। କୋଭିଡ୍-୧୯ ମହାମାରୀ ପାଇଁ ଆଥଲେଟମାନଙ୍କୁ ସେଫ୍ଟି ଗାଇଡ୍ଲାଇନ୍ ଅନୁସରଣ କରିବାକୁ କୁହାଯାଇଛି।