୨୨ରେ ଭାରତ ପ୍ରତିଭା ସମ୍ମାନ ଉତ୍ସବ

କଟକ ଅଫିସ,୨୦ା୮: ଜୟ ଭାରତ ଫାଉଣ୍ଡେଶନ ପକ୍ଷରୁ ସବୁବର୍ଷ ଭଳି ପୂଜ୍ୟପୂଜା ପରମ୍ପରାକୁ ଅବ୍ୟାହତ ରଖି ଚଳିତ ବର୍ଷ ୨୧ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଅଗଷ୍ଟ ୨୨ରେ ବାରଙ୍ଗସ୍ଥିତ ରାମଦାସପୁର କାରଖାନା ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହେବ। କରୋନା ଯୋଗୁ ଏ ବର୍ଷ ନିରାଡମ୍ବର ଓ ସ୍ବଳ୍ପ ଉପସ୍ଥାନରେ ଉତ୍ସବ କରାଯିବ। ଉତ୍ସବରେ ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ଭାରତ ଗୌରବ ସମ୍ମାନ, ଗାୟତ୍ରୀ ସରାଫଙ୍କୁ କଥା ଭାରତ ସମ୍ମାନ, ଡାକ୍ତର ଚିତ୍ତରଞ୍ଜନ କରଙ୍କୁ ସେବା ଭାରତ ସମ୍ମାନ, ରଶ୍ମିରଞ୍ଜନ ପରିଡ଼ାଙ୍କୁ କ୍ରୀଡ଼ା ଭାରତ ସମ୍ମାନ, ଏଲିନା ସାମନ୍ତରାୟଙ୍କୁ ସଂସ୍କୃତି ଭାରତ ସମ୍ମାନ ଦିଆଯିବ। ସେହିପରି ଚଳିତବର୍ଷର ବିଭିନ୍ନ ପରୀକ୍ଷାରେ ଶ୍ରେଷ୍ଠ ହୋଇଥିବା ସୁଦୀପ ସୁଦର୍ଶନ ରଣା, ଅମୃତା ନନ୍ଦ, ଶୁଭାଙ୍ଗୀ ଦାସ ଓ ଖୁସି ଅଗ୍ରୱାଲଙ୍କୁ ବିଦ୍ୟା ଭାରତ ସମ୍ମାନ ପ୍ରଦାନ କରାଯିବ। ଫାଉଣ୍ଡେଶନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

Share