ବିଶ୍ୱକପରେ ଭାରତ ଜିତିଲେ ବିସିସିଆଇ କମେଇବ ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୧୭।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲ ମ୍ୟାଚରେ ଅହମ୍ମଦବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟେଇ ସାରିଛି। ଏବେ ଟିମ୍‌ ଇଣ୍ଡିଆର ଜବରଦସ୍ତ ଖେଳାଳୀ ବିରାଟ କୋହଲି, ଶୁଭମନ ଗିଲ, ମହମ୍ମଦ ଶାମି, ସୂର୍ଯ୍ୟ କୁମାର ଓ ଅନ୍ୟ ପାଓ୍ବାର ପ୍ୟାକ୍‌ ଖେଳାଳୀଙ୍କୁ ନେଇ ଭାରତ ଫାଇନାଲରେ ଏଣ୍ଟ୍ରି କରିସାରିଛି। ସମୟ ଆସିଛି ୨୦୦୩ରେ ହୋଇଥିବା ପରାଜୟର ମିଠା ପ୍ରତିଶୋଧ ଅଷ୍ଟ୍ରେଲିଆ ଠାରୁ ନିଆଯିବ।
ତେବେ ଟିମ ଇଣ୍ଡିଆ ଓ୍ବାଲର୍‌ଡକପ ଜିତିଲେ ବିସିସିଆଇ ୪୦ଲକ୍ଷ ଡଲାର(୩୩.୨୫କୋଟି ଟଙ୍କା) ପୁରସ୍କାର ପାଇବ। ଏହାପରେ ବିସିସିଆଇ ଏହାକୁ ଓ୍ବାଲର୍‌ଡକପ ଖେଳୁଥିବା ଟିମ୍‌, ଖେଳାଳୀ ଓ କୋଚଙ୍କ ମଧ୍ୟରେ ଭାଗବଣ୍ଟା କରିବ। ବିସିସିଆଇ କେବଳ ଏଥିରୁ ନୁହେଁ ସ୍ପନ୍ସରସିପ, ଟିକେଟ୍‌ ବିକ୍ରି ଓ ଟିଭି-ଡିଜିଟାଲ ରାଇଟରୁ ମଧ୍ୟ ଟଙ୍କା କମେଇବ।