Categories: ଜାତୀୟ

ଟ୍ୟାଙ୍କ ବିଧ୍ୱଂସକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପୋଖରାନ,୧୨ ।୧୨: ରାଜସ୍ଥାନର ପୋଖରାନ ଫାୟରିଂ ରେଞ୍ଜରୁ ଶନିବାର ଦେଶରେ ବିକଶିତ ଓ ହେଲିକପ୍ଟରରୁ ଲକ୍ଷ୍ୟ ଭେଦ କରୁଥିବା ଟ୍ୟାଙ୍କ ବିଧ୍ୱଂସକ ମିଜାଇଲର ସଫଳ ପରୀକ୍ଷଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଡିଆର୍‌ଡିଓ ଦ୍ୱାରା ବିକଶିତ ତଥା ବାୟୁସେନା ଦ୍ୱାରା ପରୀକ୍ଷା କରାଯାଇଥିବା ଟ୍ୟାଙ୍କ ବିଧ୍ୱଂସକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି । ଅତ୍ୟାଧୁନିକ ଟେକନିକରେ ଭରପୁର ଏହି କ୍ଷେପଣାସ୍ତ୍ର ବାୟୁସେନା ପାଇଁ ବିକଶିତ କରାଯାଇଛି । ଏହି କ୍ଷେପଣାସ୍ତ୍ର ୧୦ କିଲୋମିଟର ପଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏହାଦ୍ୱାରା ବାୟୁସେନାର ଶକ୍ତି ବୃଦ୍ଧି ହୋଇଛି ।

Share