୫ ହଜାର କିମି ଦୂରରେ ଥିବା ଶତ୍ରୁକୁ ଧ୍ୱଂସ କରିବ ଅଗ୍ନି-୫

ବାଲେଶ୍ୱର ଅଫିସ, ୨୭ା୧୦- ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ବୁଧବାର ରାତି ପ୍ରାୟ ୭ଟା ୫୦ ମିନିଟ୍‌ରେ ଡିଆରଡିଓ ପକ୍ଷରୁ ଅବଦୁଲ କଲାମ ଦ୍ୱୀପରୁ ଉତ୍‌କ୍ଷେପଣ କରାଯାଇଥିଲା।

୫ରୁ ୮ ହଜାର କି.ମି. ରେଞ୍ଜ ଭିତରେ ଶତ୍ରୁର ମିସାଇଲକୁ ଧ୍ୱଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ରଖିଛି। ଏହା ଅଗ୍ନି ସିରିଜ୍‌ର ସବୁଠୁ ଶକ୍ତିଶାଳୀ ଭର୍ଶନ। ଘଣ୍ଟାକୁ ପ୍ରାୟ ୩୦ ହଜାର କି.ମି. ବେଗରେ ଗତି କରିପାରୁଥିବା ଏହି କ୍ଷେପଣାସ୍ତ୍ର ୩ ସ୍ତରୀୟ ଇଞ୍ଜିନ ବିଶିଷ୍ଟ। ଏହି କ୍ଷେପଣାସ୍ତ୍ର ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ଧାରଣ କରିପାରିବ। ଏହାର ଓଜନ ୫୦ ହଜାର କି.ଗ୍ରା.। ଏହାର ଚଉଡା ୨ ମିଟର ହୋଇଥିବା ବେଳେ ଉଚ୍ଚତା ୧୭. ୫ ମିଟର। ୨୦୧୬ରେ ମଧ୍ୟ ଏହାର ସଫଳ ପରୀକ୍ଷଣ ହୋଇଥିଲା।

Share