‘ଇଣ୍ଡିଆ: ଦ ମୋଦି କୋଶ୍ଚିନ୍‌’ ମିଥ୍ୟା ଉପରେ ଆଧାରିତ

ନୂଆଦିଲ୍ଲୀ,୧୧।୫:ଫିଲ୍ମ ଦ କେରଲା ଷ୍ଟୋରି ନେଇ ବିବାଦ ଥମିବାର ନାଁ ନେଉନାହିଁ। ସୁଦୀପ୍ତୋ ସେନଙ୍କ୍‌ ନିର୍ଦ୍ଦେଶିତ ଏହି ଫିଲ୍ମରେ କେରଳର ହିନ୍ଦୁମାନଙ୍କର କାହାଣୀ ଅଛି ଯେଉଁମାନଙ୍କର ଧର୍ମ ପରିବର୍ତ୍ତନ କରି ଆଇଏସଆଇଏସ୍‌ରେ ଯୋଗ ଦେବାକୁ ସିରିଆକୁ ନିଆଯାଇଥିଲେ। ଏହି ଫିଲ୍ମକୁ କେତେକ ରାଜ୍ୟରେ ନିଷେଧ କରାଯାଇଛି ଏବଂ କେତେକ ସ୍ଥାନରେ ଏହାକୁ ଟିକସମୁକ୍ତ କରାଯାଇଛି। ବର୍ତ୍ତମାନ ଏହି ସମୟରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) ନ୍ୟୁଜର ଏକ ଟୁଇଟ୍‌ର ସ୍କ୍ରିନସଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଟୁଇଟ୍‌ରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରିଲିଜ୍‌ ହୋଇଥିବା ବିବାଦୀୟ ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦ ମୋଦି କୋଶ୍ଚିନ୍‌’ ମିଥ୍ୟା ଉପରେ ଆଧାରିତ।
କେବଳ ଏତିକି ନୁହେଁ, ଏହି ଟୁଇଟରେ ଲୋକଙ୍କୁ ନିକଟରେ ରିଲିଜ ହୋଇଥିବା ଫିଲ୍ମ କେରଲା ଷ୍ଟୋରିକୁ ଦେଖିବା ପାଇଁ ଉତ୍ସାହିତ କରିଛି ଏବଂ ଏହା ଫିଲ୍ମଟି ବାସ୍ତବ ଘଟଣା ଉପରେ ଆଧାରିତ ବୋଲି ଦାବି କରିଛି।

Share