ଢାକା,୧୯।୧୨: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି। ରବିବାର ଖେଳାଯାଇଥିବା ରାଉଣ୍ଡ ରବିନ ମ୍ୟାଚ୍ରେ ପ୍ରତିପକ୍ଷ ଜାପାନକୁ ୬-୦ ଗୋଲରେ ହରାଇ ଦେଇଛି ଟିମ୍ ଇଣ୍ଡିଆ। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତୀୟ ଦଳ ପାଇଁ ଡବଲ ସ୍କୋର କରିଥିଲେ ହରମନପ୍ରୀତ ସିଂ (ଦଶମ ଓ ୫୩ତମ ମିନିଟ୍)। ଦିଲପ୍ରୀତ ସିଂ (୨୩ତମ) ଓ ଜରମନପ୍ରୀତ ସିଂ (୩୪ତମ), ସୁମିତ (୪୬ତମ) ଓ ଶମଶେର ସିଂ (୫୪ତମ) ଗୋଲ ଦେଇଥିଲେ। ଏସିଆନ ଗେମ୍ସ ଚାମ୍ପିୟନ ଜାପାନକୁ ପ୍ରତ୍ୟେକ ବିଭାଗରେ ହରାଇଥିଲା ଭାରତ। ଏହା ଦଳର କ୍ରମାଗତ ତୃତୀୟ ବିଜୟ।
ଏହି ବିଜୟ ସହ ଟିମ୍ ଇଣ୍ଡିଆ ୧୦ ପଏଣ୍ଟ ସହ ୫ ଦଳ ବିଶିଷ୍ଟ ତାଲିକା ଶୀର୍ଷରେ ରହିଛି। ଭାରତ ପଛକୁ ରହିଛନ୍ତି କୋରିଆ (୬), ଜାପାନ(୫), ପାକିସ୍ତାନ(୨) ଓ ଆୟୋଜକ ବାଂଲାଦେଶ (୦)। ତେବେ ଏପର୍ଯ୍ୟନ୍ତ ଭାରତକୁ ସେମିଫାଇନାଲରେ କେଉଁ ଦଳ ଭେଟିବ ତାହା ସ୍ପଷ୍ଟ ହୋଇନାହିଁ।