ଯୁଦ୍ଧ ଆଶଙ୍କା: ଜରୁରୀକାଳୀନ ବୈଠକ ଡକାଇଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦ

ନ୍ୟୁୟର୍କ,୨୨।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ବାଧୀନତା ପ୍ରଦାନ କରିଛନ୍ତି। ଏହାପରେ ପୁଟିନ ସର୍ବସମ୍ମୁଖରେ ୟୁକ୍ରେନର ବିଦ୍ରୋହୀ ନେତାଙ୍କ ସହ ପାରସ୍ପରିକ ସହାୟତା ଚୁକ୍ତିନାମାରେ ଦସ୍ତଖତ କରିଛନ୍ତି। ପୁଟିନଙ୍କ ଘୋଷଣା ପରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ଡାକିଛି। ୟୁକ୍ରେନ ସଙ୍କଟ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡକାଇବାକୁ ଆମେରିକା-ଫ୍ରାନ୍ସ ଏବଂ ଏହାର ସହଯୋଗୀ ଦଳଙ୍କ ନିକଟରେ ଅନୁରୋଧ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଏହି ବୈଠକ ଏକ ଖୋଲା ଅଧିବେଶନ ହେବ। ଏଥିରେ ରୁଷିଆର ପଦକ୍ଷେପ ସମ୍ପର୍କରେ ଭାରତ ପକ୍ଷରୁ ଏକ ବିବୃତ୍ତି ଦିଆଯିବ।

Share