Categories: ଜାତୀୟ

ସ୍ବଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଆତ୍ମନିର୍ଭର: ମୋଦି

ନୂଆଦିଲ୍ଲୀ,୨୭।୨: ଭାରତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାର ପଥ ଏବେ ପ୍ରଶସ୍ତ ହୋଇଛି। ଅନ୍ୟାନ୍ୟ ସାମଗ୍ରୀ ସହିତ ଛୋଟ ପିଲାଙ୍କ ଖେଳନା ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତରେ ଆତ୍ମନିର୍ଭର ଧାରା ଆରମ୍ଭ ହୋଇଛି। ସ୍ବଦେଶୀ ଖେଳନାର ଚାହିଦା ବୃଦ୍ଧି ପାଇଁ ପ୍ରୟାସ କରାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତିି। ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଖେଳାନା ମେଳା-୨୦୨୧ର ଉଦ୍‌ଘାଟନ କରି ମୋଦି ଶନିବାର ଏଭଳି କହିଛନ୍ତି। ଦେଶର ଖେଳନା ଉଦ୍ୟୋଗକୁ ନୂଆ ବିକାଶ ନୀତି ଦେବା ପାଇଁ ଉଦ୍ୟମ ଜାରି ରହିଛି। ବାହାର ଦେଶରୁ ଖେଳନା ଆମଦାନୀ ଦ୍ୱାରା ଦେଶର ଉଦ୍ୟୋଗ ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀ ୨୭ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ୪ ଦିନିଆ ମେଳାରେ ୧୦୦୦ରୁ ଅଧିକ ଖେଳନା ନିର୍ମାତା ଯୋଗଦେଇଛନ୍ତି। ଗ୍ରାହକଙ୍କ ସହିତ ସିଧାସଳଖ ବ୍ୟବସାୟିକ ଆଲୋଚନା ଏହା ଦ୍ୱାରା ସମ୍ଭବ ହେବ।

Share