ଭାରତ ପାଲଟିଛି ବିଶ୍ୱସ୍ତରୀୟ ମହାକାଶ ଶକ୍ତି: ନାସା…

ଓ୍ବାଶିଂଟନ,୧୭।୬ : ଆମେରିକାର ସ୍ପେସ ଏଜେନ୍ସି ନାସାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିଶ୍ୱ ଶକ୍ତି ଏବଂ ମହାକାଶକୁ ମୁକ୍ତ ପ୍ରବେଶ କରୁଥିବା ଦେଶ ମଧ୍ୟରୁ ଭାରତ ଅନ୍ୟତମ ଏବଂ ଏହା ଆର୍ଟେମିସ ଚୁକ୍ତିନାମାର ଏକ ଅଂଶ ହେବା ଆବଶ୍ୟକ। ସେ କହିଛନ୍ତି ମହାକାଶ ଅନୁସନ୍ଧାନରେ ଆର୍ଟେମିସ ଚୁକ୍ତିନାମା ସମାନ ଚିନ୍ତାଧାରା ବିଶିଷ୍ଟ ଦେଶଗୁଡ଼ିକୁ ଏକତ୍ର କରିଥାଏ।

୧୯୬୭ ବାହ୍ୟ ସ୍ପେସ ଚୁକ୍ତି (ଡଏସଟି) ଉପରେ ଆଧାର କରି, ‘ଆର୍ଟେମିସ ଚୁକ୍ତିନାମା’ ଏକ ଅଣ-ବାଧ୍ୟତାମୂଳକ ନୀତି ଅଟେ ଯାହା ଏକବିଂଶ ଶତାବ୍ଦୀରେ ବେସାମରିକ ମହାକାଶ ଅନୁସନ୍ଧାନ ପାଇଁ ଡିଜାଇନ ହୋଇଛି । ମଙ୍ଗଳ ଗ୍ରହ ତଥା ଏହାର ବାହାରେ ମହାକାଶ ଅନୁସନ୍ଧାନକୁ ବିସ୍ତାର କରିବାର ମୂଳ ଲକ୍ଷ୍ୟ ସହିତ ୨୦୨୫ ସୁଦ୍ଧା ମନୁଷ୍ୟକୁ ଚନ୍ଦ୍ରରେ ଅବତରଣ କରିବା ପାଇଁ ଏହା ଆମେରିକାର ନେତୃତ୍ୱାଧୀନ ପ୍ରୟାସ।

ଟେକ୍ନୋଲୋଜି, ନୀତି ଏବଂ କୌଶଳ ପାଇଁ ନାସା କାର୍ଯ୍ୟାଳୟର ସହକାରୀ ପ୍ରଶାସକ ଭବ ଲାଲ କହିଛନ୍ତି ମେ ୨୦୨୩ ସୁଦ୍ଧା ଆର୍ଟେମିସ ଚୁକ୍ତିନାମାରେ ୨୫ ଜଣ ଦସ୍ତଖତକାରୀ ଅଛନ୍ତି ଏବଂ ଭାରତ ୨୬ ତମ ଦେଶ ହେବ ବୋଲି ଆଶା କରାଯାଉଛି। ସେ ଆହୁରି କହିଛନ୍ତି, ମୁଁ ଭାବୁଛି ଆର୍ଟେମିସ ଚୁକ୍ତି ସ୍ବାକ୍ଷର କରିବା ଭାରତ ପାଇଁ ଏକ ପ୍ରାଥମିକତା ହେବା ଉଚିତ॥ ମୋର କହିବାର ଅଛ ନାସା ବହୁତ ଦୃଢ଼ ଅନୁଭବ କରୁଛି ଭାରତ ହେଉଛି ଏକ ବିଶ୍ୱ ଶକ୍ତି। ମହାକାଶକୁ ନିରପେକ୍ଷ ଭାବରେ ପ୍ରବେଶ କରୁଥିବା, ଏକ ଉନ୍ନତ ଉତକ୍ଷେପଣ ଶିଳ୍ପ, ଚନ୍ଦ୍ରକୁ, ମଙ୍ଗଳ ଗ୍ରହ ଅଭିଯାନକୁ ଭାରତ ଆସିଛି। ତେଣୁ ଭାରତ ଆର୍ଟେମିସ ଦଳର ଏକ ଅଂଶ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Share