Categories: ଜାତୀୟ

ମାର୍ଚ୍ଚରୁ ୧୨ରୁ ୧୪ ବର୍ଗଙ୍କୁ ଟିକା

ନୂଆଦିଲ୍ଲୀ,୧୭।୧: ଆସନ୍ତା ମାର୍ଚ୍ଚରୁ ଦେଶରେ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଟିକା ଦିଆଯିବ। ଏ ନେଇ କୋଭିଡ୍‌-୧୯ ଓ୍ବାର୍କିଂ ଗ୍ରୁପ୍‌ ଅଧ୍ୟକ୍ଷ ଡ. ଏନ୍‌.କେ ଆରୋରା ସୂଚନା ଦେଇଛନ୍ତି। ”ମାର୍ଚ୍ଚ ଶେଷ ସୁଦ୍ଧା ୧୫ରୁ ୧୮ ବୟସ ବର୍ଗଙ୍କୁ ଟିକାକରଣ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ଆଶା କରାଯାଉଛି। ତା’ପରେ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯିବ“ ବୋଲି ସେ କହିଛନ୍ତି।

Share