Categories: ଜାତୀୟ

ଭାରତରେ ନିର୍ମାଣ ହେବ ୩୦୦ ଅସ୍ତ୍ରଶସ୍ତ୍ର-ଡିଫେନ୍ସ ସିଷ୍ଟମ୍‌…

ନୂଆଦିଲ୍ଲୀ, ୭।୪ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ନୂତନ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରତିରକ୍ଷା ସାମଗ୍ରୀର ଆଉ ଏକ ତାଲିକା ପ୍ରକାଶ କରିବେ। ଏହି ସାମଗ୍ରୀ ଦେଶରେ ଉତ୍ପାଦିତ ହେବ। ଏହା ଅନ୍ତର୍ଗତ ଭାରତରେ ଏଣିକି ୩୦୦ ଅସ୍ତ୍ରଶସ୍ତ୍ର ଏବଂ ଡିଫେନ୍ସ ସିଷ୍ଟମର ବିକଶିତ କରାଯିବ। ଏହାପୂର୍ବରୁ ୨୦୨୦ ଅଗଷ୍ଟ ୨୧ରେ, ୧୦୧ ସାମଗ୍ରୀର ପ୍ରଥମ ତାଲିକା ଏବଂ ୨୦୨୧ ମେ ୩୧ରେ ୧୦୮ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦ୍ୱିତୀୟ ତାଲିକା ପ୍ରକାଶ ପାଇଥିଲା। ବର୍ତ୍ତମାନ ତୃତୀୟ ତାଲିକା ୧୦୦ ଟି ଉପାଦାନକୁ ଅନ୍ତର୍ଭୁକ୍ତ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ତାଲିକାରେ ଅନ୍ତର୍ଭୁକ୍ତ ପ୍ରତିରକ୍ଷା ସାମଗ୍ରୀ ୨୦୨୫ ସୁଦ୍ଧା ଦେଶରେ ଉତ୍ପାଦିତ ହେବ। ଏହା ପରେ ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବ। ଏପର୍ଯ୍ୟନ୍ତ ପ୍ରକାଶିତ ତାଲିକାରେ ବନ୍ଧୁକ, ବିମାନ, ଯୁଦ୍ଧ ବିମାନ ଏବଂ ଏହି ଏବଂ ଅନ-ବୋର୍ଡ ଅମ୍ଳଜାନ ପ୍ରଣାଳୀରେ ବ୍ୟବହୃତ ଉପକରଣ ଅନ୍ତର୍ଭୁକ୍ତ ଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଭାରତୀୟ କମ୍ପାନୀଗୁଡିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨.୧୦ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ଅର୍ଡର ପାଇବେ ଯାହା ପ୍ରକାଶିତ ତୃତୀୟ ତାଲିକାରେ ରଖାଯାଇଛି।

ପ୍ରଥମ ଏବଂ ଦ୍ୱିତୀୟ ତାଲିକା ପ୍ରକାଶ ପାଇବା ପରଠାରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମୋଟ ୫୩,୮୩୯ କୋଟି ଟଙ୍କା ମୂଲ୍ୟର ୩୧ ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ସେହିପରି ୧,୭୭,୨୫୮ କୋଟି ଟଙ୍କା ମୂଲ୍ୟର ୮୩ ଟି ପ୍ରକଳ୍ପ ଉପରେ କାମ ଚାଲିଛି। ଆଗାମୀ ପାଞ୍ଚରୁ ସାତ ବର୍ଷ ମଧ୍ୟରେ ମୋଟ ୨,୯୩,୭୪୧ କୋଟି ଟଙ୍କା ମୂଲ୍ୟର ଅନ୍ୟ ପ୍ରତିରକ୍ଷା ଉତ୍ପାଦର ସ୍ବଦେଶୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ।

ତୃତୀୟ ତାଲିକାରେ ସୂଚିତ ଉତ୍ପାଦ ଲାଗି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨,୧୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅର୍ଡର ମିିଳିବାର ସମ୍ଭାବନା ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଉପକରଣ ଏବଂ ପ୍ଲାଟଫର୍ମର ତାଲିକା ପ୍ରକାଶ କରିବେ ଯାହା ଡିସେମ୍ବର ୨୦୨୫ ସୁଦ୍ଧା ସ୍ବଦେଶୀ ଭାବେ ନିର୍ମିତ ହେବ।

Share