Categories: ଜାତୀୟ

ନିପାର ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରୁ ଆସିବ ମୋନୋକ୍ଲୋନାଲ ଆଣ୍ଟିବଡି

ନୂଆଦିଲ୍ଲୀ୧୫।୯: ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଭାରତ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବ। ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବାହଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୧୮ରେ ଅଷ୍ଟ୍ରେଲିଆରୁ କିଛି ମାତ୍ରାରେ ମୋନୋକ୍ଲୋନାଲ ଆଣ୍ଟିବଡି କିଣାଯାଇଥିଲା। ବର୍ତ୍ତମାନ ମାତ୍ର ୧୦ଜଣ ରୋଗୀଙ୍କ ପାଇଁ ଡୋଜ ଉପଲବ୍ଧ ଅଛି।
ରାଜୀବଙ୍କ କହିବାନୁସାରେ, ଏହି ଔଷଧ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କାହାକୁ ଦିଆଯାଇ ନାହିଁ। ଡୋଜ ଅଧିକ ମାତ୍ରାରେ ଆସିଲେ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଔଷଧ ଦେବାର ଆବଶ୍ୟକତା ରହିଛି।

Share