ଭାରତ ଆସିବେ କାନାଡା ପ୍ରଧାନମନ୍ତ୍ରୀ: ବିଶ୍ୱ ସଙ୍କଟ ଉପରେ ହେବ ଚର୍ଚ୍ଚା

ଓଟଓ୍ବା/ନୂଆଦିଲ୍ଲୀ,୩୧।୮: ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସେପ୍ଟେମ୍ବର ୯ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତ କରିବେ। ନୂଆଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଟ୍ରୁଡୋ ଇଣ୍ଡୋନେସିଆ ଗସ୍ତରେ ଆସି ଏସିଆନ୍‌ ସମ୍ମିଳନୀରେ ଏବଂ ପରେ ଦ୍ୱିପାକ୍ଷିକ ଗସ୍ତ ପାଇଁ ସିଙ୍ଗାପୁର ଯିବେ।
ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଟ୍ରୁଡୋ ଆନ୍ତର୍ଜାତୀୟ ଭାଗିଦାରୀମାନଙ୍କ ସହ ମିଶି ବିଶ୍ୱ ସଙ୍କଟ ଉପରେ ଆଲୋଚନା କରିବେ। ୟୁକ୍ରେନରେ ସାମରିକ ଆକ୍ରମଣ ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଉତ୍ତରଦାୟୀ କରିବା ପାଇଁ ଟ୍ରୁଡୋ ସାମୂହିକ କାର୍ଯ୍ୟାନୁଷ୍ଠାନ ପାଇଁ ଓକିଲାତି ଜାରି ରଖିବ ବୋଲି କାନାଡାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି।

Share