Categories: ଖେଳ

ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ ଲାଇନ-ଅପ୍‌ ଚୂଡାନ୍ତ: ଜାଣନ୍ତୁ କାହାକୁ ଭେଟିବ ଭାରତ

ମେଲବୋର୍ନ,୬।୧୧: ଜିମ୍ବାୱେ ବିପକ୍ଷରେ ଭାରତର ବିଜୟ ସହିତ ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି। ଭାରତୀୟ ଦଳ ସୁପର-୧୨ରେ ୪ଟି ମ୍ୟାଚ ଜିତି ଗ୍ରୁପ-୨ରେ ପ୍ରଥମ ସ୍ଥାନରେ ରହିଛି। ଏହି ଗ୍ରୁପରେ ପାକିସ୍ତାନ ଦଳ ୩ଟି ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏହିପରି, ଭାରତ ଏବଂ ପାକିସ୍ତାନ ଗ୍ରୁପ ୨ ରୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ରୁପ ୧ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ରବିବାର ଟି-୨୦ ବିଶ୍ୱକପରେ ୩ଟି ମ୍ୟାଚ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ପାକିସ୍ତାନ ସହଜରେ ବାଂଲାଦେଶକୁ ପରାସ୍ତ କରିଥିଲା। ଦିନର ତୃତୀୟ ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛି। ଏହା ସହ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲ ଖେଳିବେ।
ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ନଭେମ୍ବର ୯ରେ ସିଡନୀରେ ଖେଳଯିବ। ଦ୍ୱିତୀୟ ସେମିଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ନଭେମ୍ବର ୧୦ରେ ଆଡିଲେଡରେ ଖେଳାଯିବ।

Share