Categories: ଜାତୀୟ

ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ,୨୦ା୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ସହାୟତାର ହାତ ବଢ଼ାଇଛି। ବୈଦେଶିକ ଋଣ ଦେୟ ଏବଂ ବାଣିଜ୍ୟରେ ଆର୍ଥିକ ପ୍ରତିବନ୍ଧକ ହଟାଇବାରେ ଭାରତ ଶ୍ରୀଲଙ୍କାକୁ ୨.୪୧୫ ବିଲିୟନ ଡଲାର ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଏହାପୂର୍ବରୁ ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଶ୍ରୀଲଙ୍କାର ଅର୍ଥମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ। ଏହି ବୈଠକରେ ଜୟଶଙ୍କର କହିଛନ୍ତି, ଭାରତ ସର୍ବଦା ଶ୍ରୀଲଙ୍କା ପାଖରେ ଛିଡ଼ା ହୋଇଛି ଏବଂ କରୋନା ମହାମାରୀ ଦ୍ୱାରା ଆର୍ଥିକ ତଥା ଅନ୍ୟାନ୍ୟ ସମସ୍ୟାକୁ ଦୂର କରିବା ପାଇଁ ସମସ୍ତ ସାହାଯ୍ୟ ଜାରି ରଖିବ।

ଶ୍ରୀଲଙ୍କାକୁ ଆର୍ଥିକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବା ପାଇଁ ଭାରତ ସାର୍କ ମୁଦ୍ରା ବିନିମୟ ବ୍ୟବସ୍ଥା ଅନୁଯାୟୀ ଶ୍ରୀଲଙ୍କାକୁ ୪୦୦ ମିଲିୟନ ଡଲାରର ଅତିରିକ୍ତ ସହାୟତା ପ୍ରଦାନ କରିଛି। ଦୁଇ ମାସ ପାଇଁ ୫୧୫.୨ମିଲିୟନ ଡଲାରର ଏସୀୟ କ୍ଲିଅରିଂ ଆସୋସିଏଶନ ସମାଧାନ ସ୍ଥଗିତ ରଖାଯାଇଛି। ପଲିସି ରିସର୍ଚ୍ଚ ଗ୍ରୁପ୍‌ ଏହାର ରିପୋର୍ଟରେ କହିଛି ଯେ, ବର୍ତ୍ତମାନର ଇନ୍ଧନ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାକୁ ଭାରତ ମହତ୍ତ୍ୱପୂର୍ଣ୍ଣ ସମର୍ଥନ ଦେଇଛି।

Share