Categories: ଖେଳ

ଆଇପିଏଲ୍‌ ପରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ୍‌

ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ଶେଷ ହେବାର ତୁରନ୍ତ ପରେ ଦକ୍ଷିଣ ଆଫ୍ରିକା ସହ ଏକ ଦ୍ୱିପାକ୍ଷିକ ଟି୨୦ ସିରିଜ୍‌ ଖେଳିବ। ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଜୁନରେ ଖେଳାଯିବ। ୧୦ ଦିନିଆ ସିରିଜ୍‌ ପରେ ଇଂଲଣ୍ଡ ଗସ୍ତ କରିବ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। ସେଠାରେ ଏକ ଅସମାପ୍ତ ଟେଷ୍ଟ ଓ ୬ଟି ସୀମିତ ଓଭର ମ୍ୟାଚ୍‌ ଖେଳାଯିବ।

ଆଗାମୀ ଆଇପିଏଲ୍‌ ମାର୍ଚ୍ଚ ୨୬ରୁ ମେ’ ୨୯ ପର୍ଯ୍ୟନ୍ତ ମୁମ୍ବାଇ ଏବଂ ପୁଣେରେ ଅନୁଷ୍ଠିତ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘୋଷଣା କରି ସାରିଛି। ଏହାର ୧୦ ଦିନ ମଧ୍ୟରେ ଅର୍ଥାତ ଜୁନ ୯ରୁ ୧୯ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ଖେଳାଯିବ। କେଉଁ କେଉଁ ଭେନ୍ୟୁରେ ମ୍ୟାଚ୍‌ ଅନୁଷ୍ଠିତ ହେବ ସେ ନେଇ ବିସିସିଆଇ କୌଣସି ସ୍ପଷ୍ଟି କରଣ ଦେଇନାହିଁ। କିନ୍ତୁ କଟକକୁ ସିରିଜ୍‌ର ଗୋଟିଏ ମ୍ୟାଚ୍‌ ଆୟୋଜନ କରିବାର ସୁଯୋଗ ମିଳିପାରେ।

Share