Categories: ଜାତୀୟ

ଏସ୍‌ସିଓ ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ,୨୬।୧: ଚଳିତ ବର୍ଷ ମେ’ରେ ହେବାକୁ ଥିବା ସାଂଘାଇ କୋପରେଶନ ଅର୍ଗାନାଇଜେଶନ(ଏସ୍‌ସିଓ)ରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିମନ୍ତ୍ରଣ କରିବ ଭାରତ। ଦିନକ ପୂର୍ବରୁ ଗୋଆରେ ଅନୁଷ୍ଠିତ ହେବାକୁ ହେବାକୁ ଥିବା ଏସ୍‌ସିଓ ସମ୍ମିଳନୀ ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଏବଂ ଚୀନ ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା। ହେଲେ ବିଲାୱଲ ଭୁଟ୍ଟୋ ଏବଂ କିନ ଗ୍ୟାଙ୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦେବେ କି ନାହିଁ ତାହା ନିଶ୍ଚିତ ହୋଇନାହିଁ। ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ କିମ୍ବା ବୈଦେଶିକ ମନ୍ତ୍ରୀ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ସଭାରେ ଯୋଗଦେବାକୁ ନିଷ୍ପତ୍ତି ନିଅନ୍ତି, ତେବେ ୨୦୧୧ରୁ ଏହା ଇସଲାମାବାଦରୁ ଭାରତକୁ ପ୍ରଥମ ଗସ୍ତ ହେବ। ତତ୍କାଳୀନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ହିନା ରାବାନି ଖର ଭାରତ ଗସ୍ତ କରିଥିଲେ।

Share