Categories: ଜାତୀୟ

୨୦୨୮ ରେ ଚନ୍ଦ୍ରାୟନ-୪ ଲଞ୍ଚ କରିବ ଭାରତ, ଚନ୍ଦ୍ରରୁ ପଥର ନେଇ ପୃଥିବୀକୁ ଫେରିବ

ନୁଆଦିଲ୍ଲୀ,୨୮।୨: ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ପରବର୍ତ୍ତୀ ଚନ୍ଦ୍ର ଯାତ୍ରା ‘ଚନ୍ଦ୍ରୟାନ-୪’ ପାଇଁ ପ୍ରସ୍ତୁତ ହେଉଛି ଯାହା ପ୍ରାୟ ୨୦୨୮ ମସିହାରେ ଲଞ୍ଚ ହେବ।

ଇସ୍ରୋର ସ୍ପେସ୍‌ ଆପ୍ଲିକେସନ ସେଣ୍ଟର (ଏସ୍‌ଏଏସ୍‌) ର ଡକ୍ଟର ନୀଲେଶ ଦେଶାଇ କହିଛନ୍ତି ଯେ ପରବର୍ତ୍ତୀ ମିଶନ ଚନ୍ଦ୍ରାୟନ-୪ ଆଗକୁ ୨୦୨୮ ରେ ଲଞ୍ଚ ହେବ ଏବଂ ଏହାକୁ ଲୁପେକ୍ସ ମିଶନ ମଧ୍ୟ କୁହାଯିବ।

ନିକଟରେ ସଫଳ ହୋଇଥିବା ଚନ୍ଦ୍ରାୟନ-୩ ମିଶନ ଭଳି ସଫଳତାର ସହିତ ଚନ୍ଦ୍ରଯାନ-୪ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଯଦି ଏହା ସଫଳ ହୁଏ, ତେବେ ଚନ୍ଦ୍ରଯାନ-୪ ଭାରତକୁ ଚତୁର୍ଥ ରାଷ୍ଟ୍ର ଭାବେ ପରିଣତ କରିବ ଯାହାକି ଚନ୍ଦ୍ର ପୃଷ୍ଠରୁ ନମୁନା ଆଣି ପୃଥିବୀକୁ ଫେରିବ।

Share