Categories: ଜାତୀୟ

୨୦୨୨ରେ ଦୁଇଟି ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ ଭାରତ…

ନୂଆଦିଲ୍ଲୀ,୨୦।୧୧: ଭାରତ ୨୦୨୨ରେ ଦୁଇଟି ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ। ରୁଷିଆର ଏହି ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଭାରତୀୟ ସେନାଙ୍କ ଶକ୍ତି ବୃଦ୍ଧି ପାଇପାରିବ। ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଥିବା ଏଲଏସିଠାରେ ଚାଇନା ଦ୍ୱାରା ସୃଷ୍ଟି ହେଉଥିବା ଉତ୍ତେଜନାର କଡ଼ା କବାବ ଦେବାକୁ ଏହି ପ୍ରତିରକ୍ଷା ପ୍ରଣାଳୀ ଉପଯୋଗୀ ହୋଇପାରିବ।

୨୦୨୨ରେ ଭାରତର ଉତ୍ତର ଏବଂ ପୂର୍ବ ସୀମାରେ ଅତି କମରେ ଦୁଇଟି ରେଜିମେଣ୍ଟରେ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଲଦାଖର ୧,୫୯୭ କିଲୋମିଟର ସୀମାରେ ଚାଇନାର ପିଏଲ୍‌ଏର ମୁକାବିଲା କରିବା ସହଜ ହୋଇ ପାରିବ।

ରୁଷିଆରେ ତାଲିମ ପ୍ରାପ୍ତ ଦୁଇଟି ଭାରତୀୟ ସାମରିକ ଦଳଙ୍କ ଦ୍ୱାରା ଏସ୍‌-୪୦୦ ସିଷ୍ଟମ କାର୍ଯ୍ୟକ୍ଷମ ହେବ। ଏହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୪୦୦ କିଲୋମିଟର ଦୂରତା ରହିଛି। ରୁଷର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଯୋଗୁଁ ଭାରତ ଅଳ୍ପ ସମୟ ମଧ୍ୟରେ ଦୁଇଟି ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ପାଇବାକୁ ସକ୍ଷମ ହୋଇଛି।

Share